ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ? ଏବେ ଏହି ପ୍ରଶ୍ନ ସମସ୍ତ ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ଘୁରି ବୁଲୁଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ୍ସା ଆଶ୍ରୟ ନେଇଥିଲେ ।
କୋର୍ଟ ଏବେ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି । ଏବେ ସମ୍ପୂର୍ଣ୍ଣ ଲଢ଼େଇ ସ୍ୱର୍ଣ୍ଣରୁ ହଟି ରୌପ୍ୟ ପଦକ ଉପରେ ରହିଛି । ଖେଳ ସମ୍ପର୍କୀତ ନିରପେକ୍ଷ ତଦନ୍ତ ପାଇଁ ଏହାର ଗଠନ ହୋଇଛି । ୮୭ ଦେଶର ୩୦୦ ଏକ୍ସପର୍ଟସ ଏଥିପାଇଁ ନିୟୋଜିତ ହୋଇଛନ୍ତି ।