ନତାସାଙ୍କୁ ଧୋକା ଦେଇଥିଲେ କି ହାର୍ଦ୍ଦିକ?

ନୂଆଦିଲ୍ଲୀ: ନତାସା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ନିଜର ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଦୁହେଁ ମେ ୨୦୨୦ରେ ବିବାହ କରିଥିବା ବେଳେ ଏହି ଦମ୍ପତି ଜୁଲାଇ ୨୦୨୪ରେ ପରସ୍ପରଠୁ ଅଲଗା ହେବା ନେଇ ସ୍ପଷ୍ଟ କରିଥିଲେ।

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି। ସେ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆରେ ରହୁଛନ୍ତି। ତେବେ ହାର୍ଦ୍ଦିକ ଏବଂ ନତାଶା କାହିଁକି ଅଲଗା ହେଲେ? ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।

କିନ୍ତୁ ଏବେ ହାର୍ଦ୍ଦିକ, ନତାସାଙ୍କୁ ଧୋକା ଦେଇଥିବାରୁ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ନତାସା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧୋକାକୁ ନେଇ ବିଭିନ୍ନ ପେଜରେ କରାଯାଇଥିବା ପୋଷ୍ଟ, ରିଲ୍ସକୁ ଲାଇକ୍ କରୁଥିବା ଦେଖାଯାଇଛି।

ଯାହା ପରେ ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.