ଭାରତରେ ପ୍ରଥମ; ଡେଙ୍ଗୁ ଟିକା ପାଇଁ ୩ୟ ପର୍ଯାୟ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଡେଙ୍ଗୁ ଟିକା। ପ୍ରଥମ ଥର ପାଇଁ ଭାରତରେ ଡେଙ୍ଗୁ ଟିକା ତିଆରି ପାଇଁ ୩ୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ପେନ୍ସିଆ ବାୟୋଟେକ୍ ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରୁଛନ୍ତି। ଏହି ସ୍ୱଦେଶୀ ଡେଙ୍ଗୁ ଟିକାକୁ ‘ଡେଙ୍ଗୀଆଲ୍’ ନାମିତ କରାଯାଇଛି। ଏହାକୁ ପେନ୍ସିଆ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଏହି ଟୀକାର ପ୍ରଥମ ଟ୍ରାଏଲ୍ ରୋହତକର ପଣ୍ଡିତ ଭଗବତ ଦିୟାଲ ଶର୍ମା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ କରାଯାଇଥିଲା।

ତେବେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ଏହି ପରୀକ୍ଷା ୧୮ଟି ରାଜ୍ୟର ୧୯ଟି ସ୍ଥାନରେ କରାଯିବ। ୧୦,୩୩୫ ସୁସ୍ଥ ଯୁବ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଏହି ଟ୍ରାଏଲ୍ କରାଯିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ ଡେଙ୍ଗୁ ସହ ଲଢିବା ପାଇଁ ଭାରତରେ ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.