ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି।
ମୈସୁର ଅର୍ବାନ ଡେଭ୍ଲପମେଣ୍ଟ୍ ଅଥରିଟି (ଏମ୍ୟୁଡିଏ)’ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ସିଦ୍ଧରମୟା ଅଡୁଆରେ ଫଶିଛନ୍ତି।ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି ରାଜ୍ୟପାଳ।
ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଜୁଲାଇ ୨୬ ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।