ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତ୍ତୃପକ୍ଷ

କଟକ: କଟକ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ l ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ ଚିଠି ଲେଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର।

ତେବେ ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପଶୁଛନ୍ତି l ଏଥିଯୋଗୁଁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି l ତେଣୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଏବଂ ପ୍ରବେଶ ପଥ ସହ କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ଚିଠି ମାଧ୍ୟମରେ କଟକ ଡ଼ିସିପିଙ୍କୁ ଅନୁରୋଧ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ l

ସୂଚନାଯୋଗ୍ୟ ଯେ, ସ୍ବାୟତ୍ତ ଶାସନ ପାଳନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କହିଥିଲେ। ସେ କହିଥିଲେ ଏହା ମୋର ବ୍ୟକ୍ତିଗତ ମତ। ତେବେ ସେହିଦିନଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହେବା ସହ ବିବାଦ ଥମିବାର ନାଁ ନେଉନି।

Leave A Reply

Your email address will not be published.