ଇଏ କ’ଣ କହୁଛନ୍ତି ଅଭୟାଙ୍କ ବାପା ମା’, ସତରେ କ’ଣ ପୋଲିସ୍…..

କୋଲକାତା: ପୁଣି ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ଚମକାଇଦେଲା ଭଳି ଖବର। ଅଭୟାଙ୍କ ବାପା ମାଆ ଆଣିଲେ ସଙ୍ଗୀନ ଅଭିଯୋଗ। ପୋଲିସ କାଳେ ଚୁପ୍ ରହିବାକୁ ଯାଚୁଥିଲା ଟଙ୍କା……

କୋଲକାତା ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟାକୁ ଦିନ ଯେତିକି ଗଡି ଗଡି ଯାଉଛି ରହସ୍ୟର ଦ୍ଵାର ମଧ୍ୟ ସେତେ ଚକିତ କରୁଛି। ଏବେ ପୀଡ଼ିତଙ୍କ ବାପା ମା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କୋଲକାତା ପୋଲିସ ଏହି ଘଟଣାକୁ ଦବାଇବାକୁ ଚାହୁଁଥିଲେ। ଏମିତିକି ଘଟଣାକୁ ଚାପିବାକୁ ବାପା ମାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ।

ଏନେଇ ପିଡୀତାଙ୍କ ବାପା କହିଛନ୍ତି, କୋଲକାତା ପୋଲିସ ପ୍ରଥମରୁ ସେହି ଘଟଣାକୁ ଲୁଚାଇବାକୁ ଚାହୁଁଥିଲେ। ଆମକୁ ଝିଅର ମୃତ ଶରୀର ବି ଦେଖିବା ପାଇଁ ଦେଇନଥିଲେ। ପୋଷ୍ଟମର୍ଟମ ଚାଲିଥିଲା ବେଳେ ଆମେ ଥାନା ରେ ଅପେକ୍ଷା କରିଥିଲୁ। ଆଉ ପରେ ସେ ଆମକୁ ଯେତେ ବେଳେ ମୃତ ଶରୀର ହସ୍ତାନ୍ତର କଲେ ସେତେବେଳେ ଆମକୁ ଟଙ୍କା ମଧ୍ୟ ଯାଚିଥିଲେ। ଯାହାକୁ ଆମେ ତୁରନ୍ତ ମନା କରିଦେଇଥିଲୁୁ। ଯାହା ଏବେ ଆଚମ୍ବିତ କରିଛି। ଏ ଲଜ୍ଜ୍ୟାରେ କୋଲକାତା ପୋଲିସର ସ୍ଥିତି ଅତ୍ୟନ୍ତ ନିନ୍ଦନୀୟ।

ସେପଟେ ଏବେ ବି କୋଲକାତା ଆଉ ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଆନ୍ଦୋଳନ। ବୁଧବାର ରାତିରେ ହଜାରରୁ ଅଧିକ ମହିଳା ନାଇଟ ମାର୍ଚ୍ଚ ପ୍ରଦର୍ଶନ କରିଥିଲେ।

ସେପଟେ ଏହି ବିକ୍ଷୋଭ କୁ ଦୃଷ୍ଟିରେ ରଖି ମମତା ସରକାର ବିଧାନସଭାରେ ଅଣ ଦୁଷ୍କର୍ମ “ଅପରାଜିତା” ବିଲ ପାରିତ କରିଛନ୍ତି। ଯେଉଁଥିରେ ଜଣେ ଦୁଷ୍କର୍ମକାରୀ ପାଇଁ କଠୋର ରୁ କଠୋର ଦଣ୍ଡ ବିଧାନ କରାଯାଇଛି ।

ସବୁଠୁ ରୋଚକ କଥା ହେଉଛି, ଏବେ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିବା ସଞ୍ଜୟ କହିଛି ସେ ନିର୍ଦ୍ଦୋଷ। ସେ ସେମିନାର ହଲକୁ ଯିବା ପୂର୍ବରୁ ଅଭୟା ଙ୍କ ମୃତ୍ୟୁ ହୋଇସାରିଥିଲା। ଅଭାୟା ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସେଠାରୁ ପାଲେଇଆସିଥିଲା ବୋଲି କହିଛି ସଞ୍ଜୟ। ଯାହା ପୁରା ଘଟଣାକୁ ପୁଣି ସେଇ ମୂଳକୁ ନେଇଯାଇଛି। ଯାହା ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କୁ ପୁଣି ସେଠି ଆଣି ଛିଡ଼ା କରିଦେଇଛି, ଯେଉଁଠି ପୁରା ଘଟଣା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.