ବିଜେପିରେ ମିଶିଲେ କ୍ରିକେଟର ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରୁ ଅବସର ନେବା ପରେ ନୂଆ ଇନିଂସ ଆରମ୍ଭ କରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା । ରାଜନୀତିରେ ପାଦ ଥାପିଛନ୍ତି ରବୀନ୍ଦ୍ର ଜାଡେଜା । ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜା । ଏନେଇ ତାଙ୍କ ପତ୍ନୀ ତଥା ବିଜେପି ବିଧାୟିକା ରିଭାବା ଜାଡେଜା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହ ଜାଡେଜାଙ୍କ ସହ ତାଙ୍କର ଏକ ଫଟୋ ଏବଂ ତାଙ୍କର ଓ ଜାଡେଜାଙ୍କ ବିଜେପିର ସଦସ୍ୟତା କାର୍ଡ ଶେୟାର କରିଛନ୍ତି ରିଭାବା ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାଡେଜାଙ୍କୁ ତାଙ୍କ ପତ୍ନୀ ରିଭାବା ଜାଡେଜାଙ୍କ ସହ ଅନେକ ଥର ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା। ଏବେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ରିଭାବା ଜାଡେଜା ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ।

ତେବେ କହିରଖୁଛୁ ଯେ, ଚଳିତ ମାସରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଜାଡେଜା ଖେଳୁଥିବା ଦେଖିବାକୁ ମିଳିବ। ସେ ଶେଷ ଥର ପାଇଁ ଟି -୨୦ ବିଶ୍ୱକପ ୨୦୨୪ ଖେଳିଥିଲେ। ଏଥିରେ ଭାରତ ବିଶ୍ୱକପ ଜିତିଥିଲା। ଏହା ପରେ ଜାଡେଜା ଏହି ଟି -୨୦ ବିଶ୍ୱକପରୁ ବିଦାୟ ନେଇଥିଲେ।

Leave A Reply

Your email address will not be published.