କେନ୍ଦ୍ରାପଡାରେ କୁକୁଡା ମଡକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୁକୁଡା ଫାର୍ମରେ ବହୁ ସଂଖ୍ଯାରେ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ନେଇ ଶନିବାର ଦିନ ସୂଚନା ମିଳିଛି। ତେବେ ବାର୍ଡ ଫ୍ଲୁ ପାଇଁ ଏତେ ସଂଖ୍ଯାରେ କୁକୁଡ଼ାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନାନୁସାରେ, କେନ୍ଦ୍ରାପଡାସ୍ଥିତ ଡେରାବିସ୍ ବ୍ଲକର ବାଲିଆ ପଞ୍ଚାୟତରେ ବହୁ ସଂଖ୍ୟାରେ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଏଣ୍ଡର, ନରସିଂହପୁର ଏବଂ ତିଲଙ୍ଗା ପଞ୍ଚାୟତରୁ ମଧ୍ୟ ଏଭଳି ମାମଲା ରୁଜୁ ହୋଇଥିଲା।

କୁକୁଡ଼ା ଫାର୍ମରେ ସାନିଟାଇଜେସନ ଏବଂ ମୃତ କୁକୁଡ଼ାମାନଙ୍କୁ ହଟାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି। ଏତଦ୍ ବ୍ୟତୀତ ସଂକ୍ରମିତ ଜିଲ୍ଲାମାନଙ୍କରୁ କୁକୁଡା ଏବଂ ଅଣ୍ଡା କେନ୍ଦ୍ରାପଡାକୁ ଯେପରି ପ୍ରବେଶ ନକରିବ ସେନେଇ ଉଦ୍ୟମ ଜାରି ରହିଥିବା ଜଣାପଡିଛି।

ଅଗଷ୍ଟରେ ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ସୂଚନା ପରେ ପୁରୀର ପିପଲି ଏବଂ ସତ୍ୟବାଦୀ ଅଞ୍ଚଳରେ ପ୍ରାୟ ୨୦,୦୦୦ କୁକୁଡ଼ାଙ୍କୁ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.