ପୂଜା ଖେଡକରଙ୍କୁ ବଡ ଝଟକା: ଭାରତୀୟ ପ୍ରଶାସନିକ ସେବାରୁ ବରଖାସ୍ତ କଲେ କେନ୍ଦ୍ର ସରକାର

ମୁମ୍ବାଇ: ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ ଝଟକା । ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ବରଖାସ୍ତ କଲେ କେନ୍ଦ୍ର ସରକାର । ଆଇଏଏସ୍ ଅଧିକାରୀ ପୂଜା ଖେଡକର ଗତ କିଛି ଦିନ ଧରି ବିବାଦରେ ରହିଥିଲେ ।

ନିଜ ବ୍ୟକ୍ତିଗତ ସୂଚନା ଏବଂ ୟୁପିଏସସି ପରୀକ୍ଷାରେ ଚୟନ ପାଇଁ ଭୁଲ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଗତ କିଛି ଦିନ ଧରି ବିବାଦ ଘେରରେ ଅଛନ୍ତି ଆଇଏଏସ୍ ଅଧିକାରୀ ପୂଜା ଖେଡକର । ତେଣୁ ୟୁପିଏସସି ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବେଳେ ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ପୂଜା ସଂରକ୍ଷଣ ସୁବିଧା ପାଇବାକୁ ୟୁପିଏସ୍‌ସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ ପାଇଁ ତାଙ୍କ ଆବେଦନରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି । ଜୁଲାଇ ୩୧ରେ, କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିଦେଇଛି । ଏଥିସହ ଭବିଷ୍ୟତର ପରୀକ୍ଷା ଦେବା ଉପରେ ମଧ୍ୟ ରୋକ ଲଗାଯାଇଛି ।

Leave A Reply

Your email address will not be published.