୧୮ରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୮ରୁ ଯୁକ୍ତ ଦୁଇ ଫର୍ମ ଫିଲଅପ୍ ଆରମ୍ଭ ହେବ। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଏହି ଫର୍ମ ଫିଲଅପ୍।ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ହେବ।

ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଛାତ୍ରଛାତ୍ରୀ ମାନେ ଫର୍ମ ଫିଲଅପ୍ କରିପାରିବେ। ସେହିପରି ୪ ତାରିଖରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ଦେବାକୁ ପଡିବ।

ଅପରପକ୍ଷରେ ନଭେମ୍ବର ୧୧ରୁ ୧୮ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୬୦୦ ଟଙ୍କା ଜରିମାନା ଦେବାକୁ ପଡିବ। ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ କରିବେ ଫର୍ମ ପୂରଣ।

Leave A Reply

Your email address will not be published.