ବରଗଡ଼: ବରଗଡ଼ ପୋଲିସକୁ ମିଳିଲା ବଡ ସଫଳତା। ଚୋରା ଚାଲାଣ ବେଳେ ୬ କୁଇଣ୍ଟାଲ ୩୬ କେଜି ଗଂଜେଇ ଜବତ କଲା ପୋଲିସ l ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୯୫ ଲକ୍ଷ ହେବ l ଗଂଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ l
ସୂଚନା ଅନୁସାରେ, ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ଆଜି ଆମ୍ବସଢ଼l-ବର୍ହାଗୁଡ଼ା ବାଇପାସ ରୋଡ଼ ଠାରେ ପ୍ରାୟ ଗଂଜେଇ ଚାଲାଣ ବେଳେ ହଠାତ୍ ମାଡ଼ି ବସିଥିଲା ପୋଲିସ୍ । ବୌଦ୍ଧରୁ ରାୟପୁରକୁ ଏହା ଚାଲାଣ ହେଉଥିବା ଅନୁମାନ କରାଯାଉଥିବା ବେଳେ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନା ବୋହିରା ଗାଁର ୨୮ ବର୍ଷୀୟ ବୁଦ୍ଧଦେବ ମହାକୁର, କୋନ୍ଧଦୁରମାଲ ଗାଁର ୨୫ ବର୍ଷିୟ ଉଦୟ ପ୍ରଧାନ, ଅନୁଗୁଳ ଜିଲ୍ଲା ସୁସୁଡ଼ା ଗାଁର ୩୭ ବର୍ଷିୟ ଶାଶ୍ଵତସୁନ୍ଦର୍ ଦାଶ ଓ ଢେ଼ଙ୍କାନାଳ ଜିଲ୍ଲା ରୁସୁଲ ଥାନା ଅନ୍ତର୍ଗତ ଠେଙ୍ଗା ଗାଁର ୪୮ ବର୍ଷିୟ ଟୁଟୁ ଦେହୁରୀ। ଗିରଫ ଅଭିଯୁକ୍ତଙ୍କ ଠାରୁ ଠାରୁ ଗୋଟିଏ ମହିନ୍ଦ୍ରା ବୋଲେରୋ ସହ ୫ ଟି ମୋବାଇଲ, ନଗଦ ୪ ହଜାର ଟଙ୍କା ଜବତ କରିଛି ପୋଲିସ l