ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ ବର୍ତ୍ତମାନ ରେଳ ବ୍ୟବସ୍ଥାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବିଶ୍ଳେଷଣ କରି ବ୍ୟବସ୍ଥାକୁ ଆହୁରି ମଜଭୁତ କରିବାକୁ ଏକ କମିଟି ଗଠନ କରି ତଦନ୍ତ କରିବାକୁ ଦାବି ହୋଇଛି।

ଏହି ଆବେଦନରେ ରେଳ ବ୍ୟବସ୍ଥାରେ ସାମ୍ପ୍ରତିକ ବିପଦ ଏବଂ ନିରାପତ୍ତା ପାରାମିଟରଗୁଡିକର ବିଶ୍ଳେଷଣ ଓ ସମୀକ୍ଷା କରି ବ୍ୟବସ୍ଥିତ ନିରାପତ୍ତା ପାଇଁ ପରାମର୍ଶ ଦେବାକୁ ଟେକ୍ନିକାଲ ବୈଷୟିକ ସଦସ୍ୟଙ୍କୁ ନେଇ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି ହୋଇଛି। ଏହି କମିଟି ବେଶ୍ଳେଷଣ କରିବା ପରେ ରେଳ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବାକୁ ପାଇଁ ଏକ ବ୍ୟବସ୍ଥିତ ସୁରକ୍ଷା ସଂଶୋଧନ ରିପୋର୍ଟଟ ସୁପ୍ରିମକୋର୍ଟଙ୍କୁ ଦେବେ। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜନସ୍ୱାର୍ଥ ମାମଲାରେ ଆବେଦନ କରାଯାଇଛି।

ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଭାରତୀୟ ରେଳବାଇରେ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍ (କବଚ) ସିଷ୍ଟମ ଲାଗୁ କରିବାକୁ ନିର୍ଦ୍ଦେଶାବଳୀ ଓ ନିର୍ଦ୍ଦେଶନାମା ଜାରି କରିବାକୁ ଆବେଦନରେ କୁହାଯାଇଛି। ସୁପ୍ରିମକୋର୍ଟର ଓକିଲ ବିଶାଲ ତିୱାରୀ ଏହି ମାମଲା ଦାୟର କରିଛନ୍ତି।

ଏଥିରେ କୁହାଯାଇଛି ଯେ କବଚ ଓ ଅନ୍ୟ ସୁରକ୍ଷା ମାନର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ହେବା ଉଚିତ୍। ରେଳ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସହ ଦୁଇମାସର ଭିତରେ ବିଶେଷଜ୍ଞ କମିଟି ସମସ୍ତ ରିପୋର୍ଟ ଦୁଇମାସ ଭିତରେ କୋର୍ଟରେ ଦାଖଲ କରିବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଛି।

Leave A Reply

Your email address will not be published.