ନାଗା ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କଲେ ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା।

ଏହାପୂର୍ବରୁ କୋଣ୍ଡା ସୁରେଖା ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ବରିଷ୍ଠ ବିଆରଏସ ନେତା କେ.ଟି ରାମା ରାଓଙ୍କୁ ଦାୟୀ କରିଥିଲେ। ଯାହା ପରେ ବିବାଦ ଘନେଇଥିଲା।

ତେବେ ଗୁରୁବାର ଦିନ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ମନ୍ତବ୍ୟ କେଟିଆରଙ୍କୁ ଟାର୍ଗେଟ କରିବାର ଥିଲା। କିନ୍ତୁ ସାମନ୍ଥାଙ୍କ ଭାବନାକୁ ଆଘାତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା।

ଅପରପକ୍ଷରେ କୋଣ୍ଡା ସୁରେଖାଙ୍କ ବିରୋଧରେ କେ.ଟି ରାମା ରାଓ ଆଇନଗତ ନୋଟିସ ପଠାଇବାର କିଛି ଘଣ୍ଟା ପରେ ସୁରେଖାଙ୍କ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହି ନୋଟିସରେ କୁହାଯାଇଥିଲା ଯେ ସୁରେଖା ତାଙ୍କ ବିବୃତ୍ତିକୁ ପ୍ରତ୍ୟାହାର କରନ୍ତୁ ଏବଂ ୨୩ ଘଣ୍ଟା ମଧ୍ୟରେ ସର୍ବସାଧାରଣରେ କ୍ଷମା ମାଗନ୍ତୁ। ଯଦି ଏଭଳି ନକରନ୍ତି ତେବେ ତାଙ୍କ ବିରୋଧରେ ମାନହାନୀ ମାମଲା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.