ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପ୍ରମିଳାଙ୍କ ବୟାନରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗୋଟିଏ ହ୍ଵିସିଲରେ ଭାଙ୍ଗିଯିବ ବିଜେଡ଼ି । ଅମିତ ଶାହଙ୍କ ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ ବୋଲି ସେ କହିଛନ୍ତି । ୧୪୦ ନୁହେଁ  ଆଗ ୪୦ ସିଟ ଜିତିକି ଦେଖାନ୍ତୁ । ଆମ ଦଳ ଭାଙ୍ଗୁନି । ବିଜେଡ଼ି ଭାଙ୍ଗୁଛି ।

ଆଜି ଏକ ପ୍ରେସ ମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ବିଜେଡ଼ିର ବାହାବା କରିବା ସହ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଜନତା ଦଳ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଅଛି, ଦଳ ଆଜି ବି ଏକ ନମ୍ବର । ଆଜି ଯଦି ନିର୍ବାଚନ ହୁଏ ତେବେ ଦଳ ୧୪୦ ସିଟ୍ ଜିତିବ। ସେ ଆହୁରି କହିଛନ୍ତି, ବିଜେପି ରଙ୍ଗ ବୋଳା ସରକାର, ନାଁ ଚେଞ୍ଜ ସରକାର। ଗୋପବନ୍ଧୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାଧାରଣ ଜନତାଙ୍କ ବାଦ ପଡିବାକୁ ସେ ବିରୋଧ କରିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜେପି ରାଜନୀତି କରିବ ଉଚିତ ନୁହେଁ ବୋଲି ସେ କହିଛନ୍ତି।  ବିଜେପିର ଅବସ୍ଥା କ’ଣ ହଉଛି ସେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ । ସେ ଆମ କଥା କ’ଣ କହୁଛନ୍ତି ।

ସେ ଆଗ ନିଜ ଘର ସମ୍ଭାଳିକି ରଖନ୍ତୁ । ନବୀନଙ୍କ ଜିଲ୍ଲା ଗସ୍ତ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ସଂଗଠନ ପାଇଁ କର୍ମୀ ମାନଙ୍କ ଠାରୁ ମତାମତ ନିଆଯାଉଛି ବୋଲି ସେ କହିଛନ୍ତି। ଏହି ବୟାନକୁ ନେଇ ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

Leave A Reply

Your email address will not be published.