କନ୍ଧମାଳରେ ଆମ୍ବ ଟାକୁଆ ନୁହେଁ ବରଂ ଖାଦ୍ୟ ବିଷାକ୍ତ କାରଣରୁ ମୃତ୍ୟୁ ହୋଇଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ମହିଳାଙ୍କ ମୃତ୍ୟୁ ଆମ୍ବ ଟାକୁଆ ଖାଇବା ଯୋଗୁ ନୁହେଁ ବରଂ ଖାଦ୍ୟ ବିଷାକ୍ତ କାରଣରୁ ହୋଇଛି।

ଅନ୍ୟ ୬ ଜଣ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଦ୍ୟ ବିଷାକ୍ତ କାରଣରୁ ଏହି ଅଘଟଣ ଘଟିଛି। ଖାଦ୍ୟ ଏବଂ ପାନୀୟ ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଛି ଏବଂ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.