ସିଟାଡେଲ୍ ସୁଟିଂ ବେଳେ ଅଚେତ ହୋଇଯାଇଥିଲେ ସାମନ୍ଥା

ମୁମ୍ବାଇ: ‘ସିରିଜ୍ ସିଟାଡେଲ୍: ହନି ବନି’ ନଭେମ୍ବର ୬ରେ ଆମାଜନ ପ୍ରାଇମରେ ରିଲିଜ ହୋଇଯାଇଛି। ଏହି ଟିଭି ସିରିଜରେ ବରୁଣ ଧୱନ ଏବଂ ସାମନ୍ଥା ରୁଥପ୍ରଭୂ ମୁଖ୍ୟ ଭୂମିକାରେ ରହିଛନ୍ତି।

ନିକଟରେ ବରୁଣ ଧୱନ କହିଛନ୍ତି ଯେ ଏହି ଟିଭି ସିରିଜର ସୁଟିଂ ସମୟରେ ସାମନ୍ଥାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଥରେ ସେ ସେଟରେ ମଧ୍ୟ ଅଚେତ ହୋଇପଡିଥିଲେ ଯାହାକୁ ନେଇ ସେ ବହୁତ ଚିନ୍ତିତ ଥିଲେ।

ଅଭିନେତା ଜଣକ ଆହୁରି ମଧ୍ଯ କହିଛନ୍ତି, ଆମେ ରେଳ ଷ୍ଟେସନରେ ସୁଟିଂ କରୁଥିଲୁ। ସେ ମୋ ପଛରେ ଦୌଡିବାର ଥିଲା। ଏମିତିକି ଆମକୁ ଦୌଡିଦୌଡି କ୍ୟାମେରା ଅତିକ୍ରମ କରିବାର ଥିଲା। ମୁଁ କ୍ୟାମେରାକୁ ଅତିକ୍ରମ କରିଥିବା ବେଳେ ସାମନ୍ଥା କିନ୍ତୁ ଅଚେତ ହୋଇ ପଡ଼ିଥିଲେ।

ଏକଦା ସିରିଜର ସୁଟିଂ ସମୟରେ ସାମନ୍ଥା ଜାଣିବାକୁ ପାଇଥିଲେ ଯେ ତାଙ୍କୁ ମାୟୋସାଇଟିସ୍ ନାମକ ଏକ ବିରଳ ରୋଗ ହୋଇଛି। ଯଯେଉଁ ରୋଗରେ ଧିରେଧିରେ ଶରୀରର ମାଂସପେଶୀ ଦୁର୍ବଳ ହୋଇଯାଏ। ଯାହା ପରେ ସେ ସିରିଜ୍ ଛାଡିବାକୁ ଚାହୁଁଥିଲେ। କିନ୍ତୁ ସହ କଳାକାର ଏବଂ ସିରିଜ ମେକର୍ସ ମାନେ ଖୁବ୍ ସହଯୋଗ କରିବା ସହ ସୁଟିଂ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି ସାମନ୍ଥା।

Leave A Reply

Your email address will not be published.