ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….

ମୁମ୍ବାଇ; ଶେଷରେ ପୁଅ ଓ ବୋହୂଙ୍କ ଛାଡପତ୍ର ଗୁଜବକୁ ନେଇ ମୁହଁ ଖୋଲିଲେ ଶଶୁର l ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ବର୍ଯ୍ୟା ରାଏଙ୍କ ସମ୍ପର୍କରେ ଫାଟକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଏନେଇ ମୁହଁ ଖୋଲିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ l ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପରିବାରର ଗୋପନୀୟତା ବଜାୟ ରଖିବା ନିହାତି ଆବଶ୍ୟକ ହୋଇଥାଏ ବୋଲି କହିଛନ୍ତି ଅମିତାଭ।

ଅମିତାଭ କହିଛନ୍ତି, ‘ମୁଁ ମୋ ପରିବାର ବିଷୟରେ ଖୁବ ଅଳ୍ପ ଆଲୋଚନା କରିଥାଏ। କାରଣ ପରିବାର ହେଉଛି ମୋର l ତେଣୁ ମୁଁ ପରିବାରର ଗୋପନୀୟତା ବଜାୟ ରଖିଥାଏ। ଜୀବନରେ ଭିନ୍ନ ଦେଖାଯିବା ଓ ତାର ଉପସ୍ଥିତି ଉପରେ ବିଶ୍ବାସ କରିବାକୁ ହେଲେ ବହୁତ ସାହସ, ଦୃଢ଼ ବିଶ୍ବାସ ଓ ସଚ୍ଚୋଟପଣର ଆବଶ୍ୟକ ହୋଇଥାଏ। କଳ୍ପନା ଜଳ୍ପନା କେବଳ କଳ୍ପନାଜଳ୍ପନା ଭିତରେ ହିଁ ଥାଏ ଏବଂ ଏହା ମିଥ୍ୟା ଅଟେ। ଯେଉଁମାନେ ଏସବୁ କରୁଛନ୍ତି ସେମାନଙ୍କ ବୃତ୍ତି ପ୍ରତି ମୁଁ ଚ୍ୟାଲେଞ୍ଜ କରିବି ନାହିଁ ଏବଂ ସମାଜର ସେବା ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରଶଂସା କରିବି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯେଉଁମାନେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରନ୍ତି ସେମାନଙ୍କ ପାଇଁ ଏପରି ଭୁଲ ତଥ୍ୟ ଏକ ଆଇନଗତ ଦୁର୍ବଳତା ହୋଇପାରେ। ବାସ୍ତବରେ, ସନ୍ଦେହଜନକ ବିଶ୍ୱାସର ବୀଜ ସବୁବେଳେ ଏକ ପ୍ରଶ୍ନବାଚୀ ହୋଇ ରୁହେ l ତୁମେ ଯାହା ଚାଁହୁଛ ତାହା ପ୍ରକାଶ କରିପାରିବ କିନ୍ତୁ ଯେତେବେଳେ ତୁମେ ତୁମର କଥାରେ ପ୍ରଶ୍ନବାଚୀ ଲଗାଓ ସେତେବେଳେ ତାହା ସନ୍ଦେହ ସୃଷ୍ଟି କରେ l ତେବେ ହଁ ତୁମେ ଏହା ଚାହୁଁଛ ଯେ ତୁମର ମିଥ୍ୟା ଏବଂ ସନ୍ଦେହଜନକ ତଥ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯିବ ଏବଂ ପାଠକମାନେ ଏହାକୁ ବିଶ୍ୱାସ କରିବେ l କିନ୍ତୁ ଆପଣଙ୍କୁ କହିରଖୁଛି ଯେ, ଆପଣଙ୍କ ଦ୍ୱାରା ଦିଆଯାଉଥିବା ଏହି ମିଛ ଖବର ଏବେ ନୁହେଁ ଅନେକ ଦିନରୁ ଦିଆଯାଉଛି l ଯେତେବେଳେ ଆପଣଙ୍କ ଖବରକୁ ନେଇ ଲୋକେ ନିଜର ମତ ପ୍ରକାଶ କରନ୍ତି ସେତେବେଳେ ଧୀରେ ଧୀରେ ଏହା ଉପରେ ଲୋକେ ଭରସା କରନ୍ତି l’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ଦେଖୁ ଦେଖୁ ଏହା ଲୋକଙ୍କର ଦୈନନ୍ଦିନ କାର୍ଯ୍ୟ ଭାବରେ ପରିଣତ ହେଇଯାଉଛି l ଆପଣ ଆପଣଙ୍କ ମତକୁ ପ୍ରଶ୍ନବାଚକ ସହ ଲେଖି ଦେଇ ନିଜର କାମ ଶେଷ କରି ଦଉଛନ୍ତି l କିନ୍ତୁ ଥରେ ଭାବନ୍ତୁ ଏହାର ପ୍ରଭାବ ଅନ୍ୟମାନଙ୍କ ଉପରେ କେମିତି ପଡୁଥିବା l” ତେବେ ବିଗ ବିଙ୍କ ଏହି ପୋଷ୍ଟ ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ବର୍ଯ୍ୟା ରାଏଙ୍କ ଛାଡପତ୍ର ଚର୍ଚ୍ଚା ଭିତରେ ଆଉ ଏକ ପ୍ରଶ୍ନ ଛିଡା କରିଛି l

କହିରଖୁଛୁ ଯେ, କିଛିଦିନ ତଳେ ଐଶ୍ବର୍ଯ୍ୟା ରାଏ ବଚ୍ଚନ ଆରାଧ୍ୟା ବଚ୍ଚନଙ୍କୁ ଏକା ଧରି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ସାମିଲ ହୋଇଥିଲେ। ଏହାପରଠାରୁ ଐଶ୍ବର୍ଯ୍ୟା ରାଏ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ ଖବର ଜୋର ଧରିଛି।

Leave A Reply

Your email address will not be published.