ଓଡ଼ିଶା ପୋଲିସ ବିଭାଗରେ ୯୩୩ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ପକ୍ଷରୁ ପୋଲିସ ଏସ୍ଆଇ, ଏସ୍ ଆଇ ଅଫ୍ ପୋଲିସ (ସଶସ୍ତ୍ର), ଷ୍ଟେସନ୍ ଅଫିସର (ଅଗ୍ନିଶମ ସେବା) ଓ ଆସିଷ୍ଟାଣ୍ଟ ଜେଲର୍ ପାହ୍ୟାର ୯୩୩ଟି ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି ହୋଇଛି।

ବିଜ୍ଞପ୍ତି ଅନୁଯାୟୀ, ମୋଟ ୯୩୩ ପଦବୀ ପୂରଣ ପାଇଁ ପୋଲିସ ସେବା ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁଥିରୁ ୬୦୯ ସବ ଇନ୍ସପେକ୍ଟର ପଦବୀ, ୨୫୩ ସବ ଇନ୍ସପେକ୍ଟର ଅଫ୍ ପୋଲିସ (ସଶସ୍ତ୍ର) ପଦବୀ, ୪୭ ଷ୍ଟେସନ ଅଫିସର (ଅଗ୍ନିଶମ ସେବା) ପଦବୀ ଏବଂ ୨୪ ସହାୟକ ଜେଲର ପଦବୀ ପାଇଁ ନିଯୁକ୍ତି କରାଯିବ।

ଏଥିଲାଗି ଜାନୁଆରୀ ୨୦ ତାରିଖ ସକାଳ ୧୦ଟାରୁ ଅନଲାଇନ୍ ପଞ୍ଜୀକରଣ ଏବଂ ଆବେଦନ ଦାଖଲ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ଫେବୃଆରୀ ୧୦ ତାରିଖ ରହିଛି। ଉକ୍ତ ପଦଗୁଡ଼ିକରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ଓଡ଼ିଶା ପୋଲିସର ସରକାରୀ ୱେବସାଇଟ୍‌କୁ ଭିଜିଟି କରିପାରିବେ। ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫି ଛାଡ କରାଯାଇଛି।

Leave A Reply

Your email address will not be published.