ସୈଫଙ୍କୁ ଆକ୍ରମଣ ଘଟଣାରେ କରିନାଙ୍କ ପ୍ରତିକ୍ରିୟା; ଦୁର୍ବୁତ୍ତ କିଛି ଚୋରି କରିନଥିଲା କିନ୍ତୁ…

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ପୋଲିସ ଅଭିନେତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁରଙ୍କ ବୟାନ ରେକର୍ଡ କରିଛି। ଯିଏକି ଏହି ଆକ୍ରମଣ ସମୟରେ ଘରେ ଉପସ୍ଥିତ ଥିଲେ।

କରୀନା ତାଙ୍କ ବୟାନରେ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ପ୍ରଥମେ ଘରର ଜଣେ ସହାୟକ ଦେଖିଥିଲେ। ସେ ପାଟି କରିବାରୁ ସୈଫ୍ ଉଠି ଯାଇଥିଲେ। ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ। ସୈଫ୍ ଆଗକୁ ଆସିଯିବାରୁ ଆକ୍ରମଣକାରୀ ପୁଅ ଜାହାଙ୍ଗୀରଙ୍କ ପାଖରେ ପହଞ୍ଚି ପାରିନଥିଲେ। ପର ଛୁଆ ଏବଂ ମହିଳାଙ୍କୁ ୧୨ ମହଲାକୁ ପଠାଇଦେଇଥିଲେ। ଯଦିଓ ଆକ୍ରମଣକାରୀ ଘରୁ କିଛି ସୁନା ଗହଣା ଚୋରି କରିନାହିଁ କିନ୍ତୁ ସେ ବହୁତ ଆକ୍ରମଣାତ୍ମକ ଥିଲା।

ଅଭିନେତ୍ରୀ ଆହୁରି ମଧ୍ଯ କହିଛନ୍ତି, ଦୁର୍ବୁତ୍ତ ଅନେକ ଥର ସୈଫଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ମୁଁ ଡରିଯାଇଥିଲି ଫଳରେ କରିସ୍ମା ମୋତେ ତାଙ୍କ ଘରକୁ ନେଇଗଲେ।

ସୂଚନାଯୋଗ୍ୟ, ଜାନୁଆରୀ ୧୫ ତାରିଖ ରାତି ପ୍ରାୟ ୩.୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଜଣେ ଦୁର୍ବୁତ୍ତ ଛୁରୀରେ ଆକ୍ରମଣ କରିଥିଲା। ଦୁର୍ବୁତ୍ତ ଜଣକ ତାଙ୍କୁ ଥରେ କି ଦୁଇଥର ନୁହେଁ ବରଂ ଛଅ ଥର ଛୁରୀରେ ଆକ୍ରମଣ କରିଥିଲା। ଏହି ଘଟଣାରେ ଅଭିନେତାଙ୍କୁ ଅନେକ ଗୁରୁତର ଆଘାତ ଲାଗିଥିଲା, ଯାହା ପରେ ଅଭିନେତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।

Leave A Reply

Your email address will not be published.