ଫ୍ୟାନ୍ସଙ୍କୁ କନଫ୍ୟୁଜ୍ କରିବ ସାହିଦ କପୁରଙ୍କ ‘ଦେବା’ କ୍ଲାଇମାକ୍ସ

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ତାଙ୍କର ଅପକମିଂ ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ।

ଏହି ଫିଲ୍ମ ପାଇଁ ଅନେକ କ୍ଲାଇମାକ୍ସ ଦୃଶ୍ୟ ସୁଟିଂ କରିଛନ୍ତି ଅଭିନେତା। ସେସବୁ ଗୁଡିକ ମଧ୍ୟରୁ କେବଳ ଗୋଟିଏ ଫାଇନାଲ୍ ହେବ। ଫଳରେ ଫିଲ୍ମର କାହାଣୀ କିପରି ଶେଷ ହେବ ସେନେଇ କ୍ରୁମେମ୍ବର ମଧ୍ୟ ଜାଣିନାହାନ୍ତି।

ସୂଚନା ଅନୁଯାୟୀ, “ନିର୍ମାତାମାନେ କ୍ଲାଇମାକ୍ସକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖିଛନ୍ତି। ଏହି କେବଳ ଦର୍ଶକଙ୍କ ପାଇଁ ନୁହେଁ ବରଂ ପୂରା ଟିମ୍ ପାଇଁ ମଧ୍ୟ ରହସ୍ୟ ହୋଇରହିଛି।

ତେବେ କିଛି ଦିନ ପୂର୍ବରୁ ‘ଦେବା’ର ଟ୍ରେଲର ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସାହିଦ ଜଣେ ରାଗି ଯୁବ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିଥିଲେ।

Leave A Reply

Your email address will not be published.