ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ହିତାଧିକାରୀ: ଆସନ୍ତା ଚାରି ଦିନରେ ସରିବ ଇ-କେୱାଇସି ଯାଞ୍ଚ

ଭୁବନେଶ୍ଵର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି (e-KYC) କରିସାରିଛନ୍ତି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ, ଆଗାମୀ ୪ ଦିନରେ ଇ-କେୱାଇସି ଯାଞ୍ଚ ସରିବ। ୪୦ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ୍ କରିନାହାଁନ୍ତି। ଏଯାବତ୍ ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ମୋଟ୍ ୩ କୋଟି ୩୫ ଲକ୍ଷ ୫୭୦ରୁ ୨,୯୫, ୮୯, ୯୧୨ ଲୋକ ଇ-କେଓ୍ବାଇସି କରିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ୨ କୋଟି ୯୪ ଲକ୍ଷ ୫୯ହଜାର ୮୮୬ଜଣ ଇ-କେୱାଇସି କରିଥିବା ବେଳେ ରାଜ୍ୟ ବାହାରେ ଏକ ଲକ୍ଷ ୩୦ ହଜାର ୨୬ ଜଣ ଇ-କେୱାଇସି କରୁଛନ୍ତି। ଜାନୁଆରୀ ୩୧ରେ ଇ-କେୱାଇସି ଯାଞ୍ଚ ସରିବା ପରେ ଯଦି କୌଣସି ଅଭିଯୋଗ ଆସେ ସେନେଇ ସରକାର ବିଚାର କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଯଦି କେହି ସମୟ ମଧ୍ୟରେ ଦେଇପାରିନାହାନ୍ତି ସେମାନେ ପରେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଆକାରରେ ଦେଲେ ପରବର୍ତ୍ତୀ ସମୟରେ ଇ-କେୱାଇସି ପାଇଁ ସରକାର ବିଚାର କରିବେ।

Leave A Reply

Your email address will not be published.