କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଦିଆଯିବ ମାଗଣା ଟୀକା

ଭୁବନେଶ୍ୱର: କୁଷ୍ଠ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ଖବର। କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଦିଆଯିବ ମାଗଣା ଟୀକା। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା ପରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଆଇସିଏମଆର ହେବ ନୋଡାଲ ଏଜେନ୍ସି। ଏନେଇ ମଧ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସେହିପରି ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ମଧ୍ୟ କମିଥିବା ନେଇ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଟିକାକରଣ ସଫଳ ହେଲେ କୁଷ୍ଠମୁକ୍ତ ଅଭିଯାନରେ ଏହା ବିଶେଷ ସହାୟକ ହୋଇପାରିବ।

Leave A Reply

Your email address will not be published.