ଫେବୃଆରୀ ୪ ଯାଏଁ ମହାକୁମ୍ଭକୁ ବସ ସେବା ବାତିଲ କଲା ଓଏସଆରଟିସି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ମହାକୁମ୍ଭ ମେଳାକୁ ବସ ସେବା ବାତିଲ କରିଛି। ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ।

“ଏହି ବାତିଲକରଣ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ”, ବୋଲି ଓଏସଆରଟିସି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଆହୁରି ମଧ୍ଯ ପରବର୍ତ୍ତୀ ଅପଡେଟ୍ ଏହାର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ୱେବସାଇଟ୍ ମାଧ୍ୟମରେ ସେୟାର କରାଯିବ।

ଯାତ୍ରୀମାନେ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୧୧୨୨ ଏବଂ ୭୮୪୯୦୫୨୨୦୫ (ହ୍ବାଟ୍ସଆପ୍) ମାଧ୍ୟମରେ ଯୋଗାଯୋଗ କରିପାରିବେ। ସେହିପରି ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩ରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ମେଳା ୨୦୨୫କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଚାରୋଟି ସହର – ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଭାୟା ବାରାଣସୀ ଏବଂ ପ୍ରୟାଗରାଜ ଦେଇ ୯୬୦୦ ଲଗଜରୀ ଭଲଭୋ ବସ୍ ସେବା ଆରମ୍ଭ କରିଥିଲେ। ତେବେ ଏହି ମହାକୁମ୍ଭ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.