‘ହେରା ଫେରି ୩’ର ଷ୍ଟାର କାଷ୍ଟ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ସୁପରହିଟ୍ କମେଡି ଫ୍ରାଞ୍ଚାଇଜ୍ ‘ହେରା ଫେରି ୩’ର ଷ୍ଟାର କାଷ୍ଟ ଘୋଷଣା କଲେ ଫିଲ୍ମ ନିର୍ମାତା । ନିଜ ଜନ୍ମ ଦିନରେ ପ୍ରିୟଦର୍ଶନ ‘ହେରା ଫେରି ୩’ର କଳାକାରଙ୍କ ସମ୍ପର୍କରେ ଅପଡେଟ୍ ସେୟାର କରିଛନ୍ତି । ଜାନୁଆରୀ ୩୦ ଅର୍ଥାତ୍ ଆଜି ଅକ୍ଷୟ କୁମାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ, ଏହା ପରେ ନିର୍ମାତା ଅଭିନେତାଙ୍କୁ ଧନ୍ୟବାଦ ଜଣାଇ ହେରା ଫେରିର ଥାର୍ଡ ପାର୍ଟ ଘୋଷଣା କରିଥିଲେ ।

ନିର୍ଦ୍ଦେଶକ ଅଭିନେତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଥିଲେ, ‘ଆପଣଙ୍କ ଶୁଭେଚ୍ଛା ପାଇଁ ବହୁତ ବହୁତ ଧନ୍ୟବାଦ ଅକ୍ଷୟ କୁମାର… ମୁଁ ଆପଣଙ୍କୁ ଏକ ରିଟର୍ଣ୍ଣ ଗିଫ୍ଟ ଦେବାକୁ ଚାହୁଁଛି।’ ମୁଁ ହେରା ଫେରି ୩ କରିବାକୁ ପ୍ରସ୍ତୁତ, ଆପଣ କ’ଣ ଅକ୍ଷୟ, ସୁନୀଲ ସେଟ୍ଟୀ ଏବଂ ପରେଶ ରାୱଲ ଏଥିପାଇଁ ପ୍ରସ୍ତୁତ? ‘ହେରା ଫେରି’ ଏବଂ ‘ଫିର ହେରା ଫେରି’ର ଜବରଦସ୍ତ ସଫଳତା ପରେ, ଦର୍ଶକ ଏହି ଲୋକପ୍ରିୟ ଫ୍ରାଞ୍ଚାଇଜର ଥାର୍ଡ ପାର୍ଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ତେବେ ଏହି ଫିଲ୍ମ ବିଷୟରେ ୨୦୨୩ ମସିହାରେ ଘୋଷଣା କରାଯାଇଥିଲା । ପୂର୍ବରୁ ଖବର ଆସିଥିଲା ​​ଯେ ଅକ୍ଷୟ କୁମାର ଏହି ଫିଲ୍ମର ଅଂଶ ହେବେ ନାହିଁ । ହେଲେ ଏବେ ତାଙ୍କ ଜନ୍ମଦିନ ଅବସରରେ ପ୍ରିୟଦର୍ଶନ ପ୍ରଶଂସକମାନଙ୍କୁ ଏହ ବଡ଼ ସରପ୍ରାଇଜ ଦେଇଛନ୍ତି ।

Leave A Reply

Your email address will not be published.