ଭ୍ରଷ୍ଟ ସରକାର ବିରୋଧରେ ଅସନ୍ତୋଷର ବିସ୍ଫୋରଣ ହୋଇଛି : ମନମୋହନ ସାମଲ

_ଦିଲ୍ଲୀ ବିଧାନସଭା ନିର୍ବାଚନ – ୨୦୨୫_
 ଐତିହାସିକ ବିଜୟ ଲାଭ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
 ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା
 ଆଗାମୀ ୫ ବର୍ଷ ଭିତରେ ଦିଲ୍ଲୀକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ନୂତନ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର, ତା.୦୮/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନ-୨୦୨୫ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ଗତ ୨୭ ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା । ଗତ ୧୨ ବର୍ଷ ହେବ ଆପ୍ ସରକାର ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିଲା । ଏନେଇ ଦିଲ୍ଲୀବାସୀଙ୍କ ମନରେ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା । ତାହାର ବିସ୍ଫୋରଣ ନିର୍ବାଚନରେ ହୋଇଛି । ଶେଷରେ ଆଜି ସରକାର ପରିବର୍ତନ ହୋଇଛି । ବିଜେପିର ଏହି ବିଜୟ ସମସ୍ତଙ୍କୁ ଉତ୍ସାହ ଦେବା ସହ ପ୍ରେରଣା ଯୋଗାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଦିଲ୍ଲୀକୁ ରାଜ୍ୟ ପାହ୍ୟା ଦେବା ପାଇଁ ଭାରତୀୟ ଜନତା ପାର୍ଟି ଏକ ଲମ୍ବା ସଂଘର୍ଷ କରି ସଫଳ ହୋଇଥିଲା । ଦିଲ୍ଲୀ ରାଜ୍ୟ ପାହ୍ୟା ପାଇବା ପରେ ବିଜେପି ପ୍ରଥମେ ସରକାର ଗଢ଼ିଥିଲା । ଆଗାମୀ ୫ ବର୍ଷ ଭିତରେ ଦିଲ୍ଲୀକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ନୂତନ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଦେଶର ଯେଉଁ ସବୁ ରାଜ୍ୟରେ ଭାରତୀୟ ଜନତାପାର୍ଟିର ସରକାର ଅଛି, ସେଠାରେ ଯେଉଁଭଳି ଭାବେ ବିକାଶର ଧାରା ଆଗେଇ ଚାଲିଛି ସେଭଳି ଭାବେ ଦିଲ୍ଲୀ ମଧ୍ୟ ଆଗେଇବ । ଏହି ଐତିହାସିକ ବିଜୟ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, ରାଷ୍ଟ୍ର୍ରୀୟ ଉପାଧ୍ୟକ୍ଷ ତଥା ନୂଆ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡା ସମେତ ସମସ୍ତ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.