ବିଦ୍ୟୁତ ଆଘାତରେ ୨ ଦାଦନ ଶ୍ରମିକ ମୃତ ଅପରାଧ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ବାପ ପୁଅ  ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଛନ୍ତି। ବିଦ୍ୟୁତ ଆଘାତରେ ବାପା ପୁଅଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଏପଟେ ଘଟଣାକୁ ନେଇ ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି।

ସୁଚନାନୁଯାୟୀ, ଅଭିରାମ ଓ ଉତ୍ତମ ତାମିଲନାଡୁର ଧର୍ମପୁରୀ ଜିଲ୍ଲା ଅନ୍ତର୍ଗତ କୋଟାପଟ୍ଟି ଥାନା ଅଧୀନସ୍ଥ ଏସକେଏମ ଏନିମଲ ଫିଡ ଏଣ୍ଡ ଫୁଡ୍ ଇଣ୍ଡିଆ ଭିଏସ ଲିମିଟେଡରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବଲାଙ୍ଗୀରର ଅଭିରାମ ଓ ଉତ୍ତମ। କୌଣସି କାରଣରୁ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି।

ତାମିଲନାଡୁରୁ ସିନ୍ଧେକେଲା ପୋଲିସ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ଜଣାଇବା ପାଇଁ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ତେବେ ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଓଡ଼ିଶାକୁ ଉଭୟଙ୍କ ମର ଶରୀର ପଠାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.