କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ରେସରେ ୫ ନେତା…

ନୂଆଦିଲ୍ଲୀ: ୨୭ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ କ୍ଷମତାକୁ ଫେରିପାରିଛି। ଆମ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ବିଜେପି କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ।

ବିଜେପିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଅଛନ୍ତି। ଜାତି ଭିତ୍ତିକ ଏବଂ ସ୍ଥାନୀୟ ଅଞ୍ଚଳରେ ନେତାଙ୍କ ଦବଦବା ଦେଖି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି। ଏପରିକି ବିଜେପି ଅନେକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ନିଯୁକ୍ତ କରିଛି। ତେବେ ଦିଲ୍ଲୀରେ ମଧ୍ୟ ବିଜେପି ଏହା କରିପାରେ ବୋଲି କୁହାଯାଉଛି।

ସୂଚନା ଅନୁସାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ରେସରେ ୫ ଜଣ ରହିଛନ୍ତି। ସେମାନଙ୍କ ମଧ୍ଯରେ ପରବେଶ ବର୍ମା, ସତୀଶ ଉପାଧ୍ୟାୟ, ଆଶିଷ ସୁଦ, ଜିତେନ୍ଦ୍ର ମହାଜନ ଏବଂ ବିଜେନ୍ଦ୍ର ଗୁପ୍ତା ଅଛନ୍ତି।

 

Leave A Reply

Your email address will not be published.