ଆଇସିସି ଚାମ୍ପିଅନ୍ସ ଟ୍ରଫି; ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ

କରାଚି: ଆଇସିସି ଚାମ୍ପିଅନ୍ସ ଟ୍ରଫିର ସୁରକ୍ଷାକୁ କଡାକଡି କରିବା ପାଇଁ ପାକିସ୍ତାନ ସରକାର ସାମରିକ ଏବଂ ଅର୍ଦ୍ଧସାମରିକ ରେଞ୍ଜର୍ସ ମୁତୟନକୁ ଅନୁମତି ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ସଂଘୀୟ କ୍ୟାବିନେଟ୍ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ସେନା ଏବଂ ରେଞ୍ଜର୍ସଙ୍କ ବ୍ୟବହାରକୁ ଅନୁମତି ଦିଆଯାଇଛି।

ସୁରକ୍ଷା ପାଇଁ ସରକାର ପୂର୍ବରୁ ୧୦,୦୦୦ ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଯେଉଁଥିରେ ଏଲିଟ୍ କମାଣ୍ଡୋ ୟୁନିଟ୍ସ ମଧ୍ୟ ସାମିଲ ରହିଛନ୍ତି। ଫେବୃଆରୀ ୧୯ ତାରିଖରେ କରାଚୀରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏହି ସମୟରେ ସୁରକ୍ଷା ବାହିନୀ ଲାହୋର, କରାଚୀ ଏବଂ ରାୱଲପିଣ୍ଡିର ଷ୍ଟାଡିୟମ ଏବଂ ଟିମ୍ ହୋଟେଲ ଗୁଡ଼ିକର ସୁରକ୍ଷା ତଦାରଖ କରିବେ।

ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି ବ୍ୟକ୍ତିଗତ ଭାବରେ ଟୁର୍ଣ୍ଣାମେଣ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି।

ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଭାରତ ନିଜ ଟିମକୁ ପାକିସ୍ତାନ ନ ପଠାଇବାକୁ ନିଷ୍ପତ୍ତି ନେଇଛି। ଯାହା ଫଳରେ ଟିମ୍ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।

Leave A Reply

Your email address will not be published.