ଲାଇଭ ମ୍ୟାଚରେ ଫିଲ୍ଡର ବନିଲେ ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ କୋଚ୍, ଜାଣନ୍ତୁ କଣ ରହିଛି ପୂରା ଘଟଣା…

ଲାହୋର: ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ବିବାଦ ଘେରରେ ରହିଛି। କେତେବେଳେ ଖରାପ ଲାଇଟିଂ ତ ଆଉ କେତେବେଳେ ସୁରକ୍ଷା ବ୍ୟବସ୍ଥା। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏଠାରେ ଟ୍ରାଇ-ସିରିଜ ମ୍ୟାଚ୍ ଚାଲିଛି।

ଟ୍ରାଇ ସିରିଜ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦୫ ରନର ଲକ୍ଷ୍ୟ ପିଛା କରୁଥିଲା। ଇନିଂସର ୩୭ତମ ଓଭରରେ ମିଚେଲ ସାଣ୍ଟନରଙ୍କ ଦଳ ବିଜୟର ନିକଟତର ହୋଇଥିଲା ବେଳେ ଅଚାନକ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାରଣ ଟିମର ଫିଲ୍ଡିଂ ପ୍ରଶିକ୍ଷକ ଗ୍ୱାଭୁ ଦଳର ଜର୍ସି ପିନ୍ଧି ପଡ଼ିଆରେ ଜଣେ ଫିଲ୍ଡର ଭାବରେ ଓହ୍ଲାଇଥିଲେ। ଯେଉଁ ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଗତ ଫେବୃଆରୀ ୧୦ ତାରିଖ ଦିନ ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ପ୍ରଶିକ୍ଷକ ୱାଣ୍ଡିଲେ ଗ୍ୱାଭୁ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳର ଜର୍ସି ପିନ୍ଧି ପଡିଆକୁ ଆସିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ଆୟୋଜିତ ଏକ ଟ୍ରାଇ ସିରିଜ ମ୍ୟାଚ୍ ଖେଳୁଛନ୍ତି। କିନ୍ତୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଦକ୍ଷିଣ ଆଫ୍ରିକା କେବଳ ୧୨ ଜଣ ଖେଳାଳିଙ୍କୁ ପଠାଇଛି।ଏଥିରେ ଛଅ ଜଣ ଖେଳାଳି ସମ୍ପୂର୍ଣ୍ଣ ନୂଆ। କାରଣ ଦଳର ପ୍ରମୁଖ ଖେଳାଳିମାନେ ଏସଏ୨୦ ଟୁର୍ନାମେଣ୍ଟରେ ବ୍ୟସ୍ତ ରହିଛନ୍ତି।

ଅପରପକ୍ଷରେ ଏହି ଟ୍ରାଇ ସିରିଜ ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକାର ପ୍ଲେଇଂ ଇଲେଭେନ ସମ୍ପୂର୍ଣ୍ଣ ହୋଇପାରିନ ଥିଲା। ଫଳରେ ଫିଲ୍ଡିଂ ପ୍ରଶିକ୍ଷକଙ୍କୁ ଦଳର ଜର୍ସି ପିନ୍ଧି ପଡ଼ିଆକୁ ଆସିବାକୁ ପଡିଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଆବୁଧାବିରେ ଦକ୍ଷିଣ ଆଫ୍ରିକା ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଅନେକ ଖେଳାଳିଙ୍କ ଅସୁସ୍ଥତା ଯୋଗୁଁ ଫିଲ୍ଡର ଭାବରେ ବ୍ୟାଟିଂ ପ୍ରଶିକ୍ଷକ ଜେପି ଡୁମିନି ପଡ଼ିଆକୁ ଆସିଥିଲେ।

Leave A Reply

Your email address will not be published.