ସରକାରୀ ଯୋଜନା ପାଇଁ କାମ କରିବାକୁ ଚାହୁଁନାହାନ୍ତି ଭାରତୀୟ ଶ୍ରମିକ: ଏଲଆଣ୍ଡଟି ଚେୟାରମ୍ୟାନ

ନୂଆଦିଲ୍ଲୀ: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି) ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟମ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କର୍ମଚାରୀମାନଙ୍କୁ ୯୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିଲେ। ଏବେ ପୁଣି ଆଉ ଏକ ବୟାନ ପାଇଁ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।

ଦେଶରେ ଶ୍ରମିକ ଅଭାବ ପାଇଁ ସେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଦାୟୀ କରିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ସିଆଇଆଇ ସମ୍ମିଳନୀରେ ଭାଷଣ ଦେଇ ସେ କହିଛନ୍ତି ଯେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସହାୟତା ଯୋଗୁଁ ନିର୍ମାଣ ଶ୍ରମିକମାନେ କାମ କରିବାକୁ ଅନିଚ୍ଛୁକ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଭାରତରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦେଖାଗଲାଣି। ସେମାନଙ୍କ ପାଇଁ ସରକାର ଚଲାଇଥିବା ବିଭିନ୍ନ ସରକାରୀ ଯୋଜନା ଏବଂ ଡିବିଟି ଏକପ୍ରକାର ଦାୟୀ। ଯାହା ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ଭଲ ରହିଛି ଏବଂ ସେମାନେ ଅଧିକ କାମର ଆବଶ୍ୟକତା ଅନୁଭବ କରୁନାହାନ୍ତି।

ଏଲ ଆଣ୍ଡ ଟି ଶ୍ରମିକମାନଙ୍କୁ ସଙ୍ଗଠିତ କରିବା, ନିଯୁକ୍ତି ଦେବା ପାଇଁ ଏକ ଏଚଆର ଟିମ୍ ରଖିଛି। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ଶ୍ରମିକଙ୍କୁ ଖୋଜିବା ଏବଂ ସେମାନଙ୍କୁ କାମରେ ରଖିବା ବର୍ତ୍ତମାନ ସମୟରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.