କାହିଁକି ଦିଦି କହିଲେ, ଏକଲା ଚଲୋ ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍ ମାରିଲା ଅରବିନ୍ଦ କେଜ୍ରିଓ୍ବାଲଙ୍କ ରଣନୀତି । ହରିୟାଣା ଓ ଦିଲ୍ଲୀ ପରାଜୟ ପାଇଁ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀରେ କଂଗ୍ରେସ ଆପକୁ ସହାୟତା କଲାନି କି ହରିୟାଣାରେ କଂଗ୍ରେସକୁ ଆପ ସହଯୋଗ କଲାନି । ଫଳରେ ଦୁଇ ରାଜ୍ୟରେ ବିଜେପି ଜିତିଲା ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି ମମତା । ଗୋଟେପଟେ ଇଣ୍ଡିଆ ମେଣ୍ଟର ସହଯୋଗୀ ଏକାଠି ହୋଇ ନିର୍ବାଚନ ଲଢିବାକୁ କହୁଥିବା ମମତା କିନ୍ତୁ ଆସନ୍ତା ବର୍ଷ ହେବାକୁ ଯାଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏକା ଲଢିବାକୁ କହିଛନ୍ତି ।

କାହିଁକି ଏକା ଲଢିବେ ଦିଦି?

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମେଣ୍ଟକୁ ନା । ଏକା ଲଢିବ ମମତାଙ୍କ ତୃଣମୂଳ କଂଗ୍ରେସ । ଏକା ଲଢି ଦୁଇ ତୃତୀୟାଂଶ ବହୁମତ ସହ ବିଜୟୀ ହେବା ସହ ସରକାର ଗଢିବ ବୋଲି ଦଳୀୟ ବୈଠକରେ ଦମ୍ଭ ଦେଖାଇଛନ୍ତି ମମତା। ଏଥିସହ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ ସହ ଟିଏମସି ଆଗାମୀ ନିର୍ବାଚନରେ ମେଣ୍ଟ କରିବନି ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ କଂଗ୍ରେସର ସେଭଳି ଜନାଧାର ନାହିଁ । ନିଜକୁ ବଳୀ ପକାଇ ଟିଏମସି ବିରୋଧୀ ମେଣ୍ଟକୁ ମଜବୁତ କରିବାକୁ ଉଦ୍ୟମ କରିବନି ବୋଲି ତୃଣମୂଳ କଂଗ୍ରେସ ନେତା କହିଛନ୍ତି । ସେପଟେ କଂଗ୍ରେସ କହିଛି, ଦିଲ୍ଲୀ ନିର୍ବାଚନରେ କଂଗ୍ରେସକୁ ଅଣଦେଖା କରିବା ଭୁଲକୁ ଅନେକ ଦଳ ବୁଝିଛନ୍ତି । ତେବେ ଟିଏମସିର ବୟାନକୁ ଅନାବଶ୍ୟକ ମନ୍ତବ୍ୟ କହିଛି କଂଗ୍ରେସ ।

କେବେ ନରମ କେବେ ଗରମ

Leave A Reply

Your email address will not be published.