ଗୁଜୁରାଟ: ‘ଡବ୍ଲ୍ୟୁପିଏଲ୍’ର ତୃତୀୟ ସଂସ୍କରଣ ଗତକାଲି (୧୪ ଫେବୃଆରୀ)ରୁ ଆରମ୍ଭ ହୋଇଛି । ତେବେ ଏହି ମହିଳା ପ୍ରିମିୟର ଲିଗ୍ (WPL-2025)ର ପ୍ରଥମ ମ୍ୟାଚର ବେଶ୍ ରୋମାଞ୍ଚକର ଥିଲା । ଏଥିସହ ଏହି ମୁକାବିଲାରେ ଅନେକ ରେକର୍ଡ କରିଛନ୍ତି ଖେଳାଳୀ । ଆରସିବି ଟିମ୍ ଗୁଜରାଟ ଜାଏଣ୍ଟ୍ସକୁ ଛଅ ଓ୍ବିକେଟ୍ ରେ ପରାସ୍ତ କରଛି ।
ଏହି ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୧ ରନ କରିଥିଲା। ଜବାବରେ ଆର୍ସିବି ୧୮.୩ ଓଭରରେ ଲକ୍ଷ୍ୟ ହାସଲ କରି ବିଜୟ ହୋଇଥିଲା । ଆରସିବି ପକ୍ଷରୁ ରିଚା ଘୋଷ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ବ୍ୟାଟରୁ ୬୪ରନ୍ ଆସିଥିଲା ମାତ୍ର ୨୭ ବଲ୍ ରେ ।

ତେବେ ଏହି ମ୍ୟାଚ୍ରେ ମୋଟ ୪୦୩ ରନ ହୋଇଥିଲା। ଏହା ମହିଳା ପ୍ରିମିୟର ଲିଗ ଇତିହାସରେ ଏକ ମ୍ୟାଚ୍ରେ ସର୍ବାଧିକ ମୋଟ ସ୍କୋର।
ମହିଳା ପ୍ରିମିୟର ଲିଗ ଇତିହାସରେ ଆର୍ସିବି ସର୍ବାଧିକ ସ୍କୋର ପିଛା କରିଛି। ଆର୍ସିବିକୁ ଜିତିବା ପାଇଁ ୨୦୨ ରନ କରିବାକୁ ପଡିଥିଲା। ଆରସିବି ସହଜରେ ଏହି ସଫଳତା ହାସଲ କରିଥିଲା। ପୂର୍ବରୁ, ୨୦୨୪ରେ ମୁମ୍ବାଇ ଦଳ ଗୁଜରାଟ ବିପକ୍ଷରେ ମ୍ୟାଚ୍ରେ ୧୯୧ ରନ ପିଛା କରି ରେକର୍ଡର ଅଧିକାରୀ ହୋଇଥିଲା ।
ସେହିପରି ଏହି ମ୍ୟାଚ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି । ଆରସିବିର ରିଚା ଘୋଷ ଏବଂ କନିକା ଆହୁଜାଙ୍କ ମଧ୍ୟରେ ୯୩ ରନର ଭାଗୀଦାରି ହୋଇଥିଲା।
ଆଜି ଲିଗ୍ ର ଦ୍ବିତୟ ମ୍ୟାଚ ବରୋଦାର କୋଟାମ୍ବି ଷ୍ଟାଡିୟମ୍ରେ ମୁମ୍ବାଇ -ଦିଲ୍ଲୀ ମଧ୍ୟରେ ଖେଳାଯିବ । ରାତି ୭ଟା ୩୦ରୁ ମ୍ୟାଚ ଆରମ୍ଭ ହେବ।