କିଟ୍ ଘଟଣାରେ ନେପାଳ ସରକାରଙ୍କ ଧମକ; ନ୍ୟାୟ ନ ମିଳିଲେ ଏନଓସି ଦେବୁନି

ଭୁବନେଶ୍ୱର: କିଟରେ ଛାତ୍ରୀ ଆତ୍ମହତ୍ଯା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ନେପାଳ ସରକାର। ଉପଯୁକ୍ତ ନ୍ୟାୟ ନମିଳିଲେ ଓଡି଼ଶାକୁ ପଢିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏନଓସି ଦିଆଯିବନି ବୋଲି ଧମକ ଦେଇଛନ୍ତି ନେପାଳ ସରକାର।

ଉଲ୍ଲେଖଯୋଗ୍ୟ, କିଟରେ ବି.ଟେକ୍ ପଢୁଥିବା ନେପାଳୀ ଛାତ୍ରୀ ପ୍ରକୃତି ଲାମସା(୨୦) ହଷ୍ଟେଲ୍ ରୁମ୍‌ରେ ଆତ୍ମହତ୍ୟା କରିଥିଲେ।

ତାଙ୍କର ପୁରୁଷ ବନ୍ଧୁ ପ୍ରତାରଣା କରିବା ପରେ ଏପରି ଚରମ ନିଷ୍ପତି ନେଇଥିଲେ ପ୍ରକୃତି। ହଷ୍ଟେଲ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଏନେଇ ଖବର ଦେବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ। ଯାହାଫଳରେ ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ।

Leave A Reply

Your email address will not be published.