କଟକ: ଏପ୍ରିଲ ପହିଲାରୁ ରାଜ୍ୟରେ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ ୨୦୨୦ । ଏହି ଆଇନ ବଳରେ ବକାଲତିନାମା ସହିତ ଲାଗିବ ୧୦୦ ଟଙ୍କାର କର୍ପସ ଫଣ୍ଡ ଷ୍ଟାମ୍ପ । ନୂଆ ମାମଲା ରୁଜୁ କଲେ ଏପ୍ରିଲ ୧ରୁ ଲାଗିବ ୧୦୦ ଟଙ୍କାର କର୍ପସ ଷ୍ଟାମ୍ପ । ଏହି ଟଙ୍କା ରାଜ୍ୟର ଆଇନଜୀବୀଙ୍କ କଲ୍ୟାଣ ପାଇଁ ବିନିଯୋଗ ହେବ । ଆଦାୟ ଅର୍ଥର ୨୦ ପ୍ରତିଶତ ସଂପୃକ୍ତ ବାର ଆସୋସିଏସନକୁ ଯିବାନେଇ ନିଷ୍ପତ୍ତି ହୋଇଛି ।
ଏନେଇ ଆଇନଜୀବୀ ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ।
ଏହା ସହିତ ଆଇନଜୀବୀ ମାନେ କୌଣସି ଅସାଧ୍ୟ ରୋଗରେ ପୀଡିତ ହୁଅନ୍ତି ତେବେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ରହିଛି । ବକେୟା ୧ ପ୍ରତିଶତ ରାଜ୍ୟ ଆଇନଜୀବୀ ପରିଷଦର ପାଠାଗାର ପାଇଁ ବିନିଯୋଗ ହେବ