ଓଡିଶାରେ ରାଜାମୌଲିଙ୍କ ଆଗାମୀ ଫିଲ୍ମର ସୁଟିଂ; ଜାଣନ୍ତୁ…

କୋରାପୁଟ: ଏସ ଏସ ରାଜମୌଲିଙ୍କ ଆଗାମୀ ବିଗ-ବଜେଟ୍ ଫିଲ୍ମ ‘ଏସଏସଏମବି୨୯’ କୋରାପୁଟର ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ମନୋରମ ତଲାମାଲି ପାହାଡ଼ରେ ସୁଟିଂ କରାଯାଉଛି।

ସୂଚନା ଅନୁଯାୟୀ, ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ, ପୃଥ୍ୱୀରାଜ ସୁକୁମାରନ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଫିଲ୍ମର ସୁଟିଂ ପାଇଁ କୋରାପୁଟରେ ଅଛନ୍ତି। ଜିଲ୍ଲା ପ୍ରଶାସନ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତଲାମାଲି ଏବଂ ଦେଓମାଲିରେ ସୁଟିଂ ପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡିଛି।

ଫିଲ୍ମର ଦ୍ୱିତୀୟ ସୁଟିଂ ପାଇଁ ହାଇଦ୍ରାବାଦ ବିମାନବନ୍ଦରରୁ ମହେଶ ବାବୁ ମାର୍ଚ୍ଚ ୫ରେ ପ୍ରସ୍ଥାନ କରୁଥିବା ଦେଖାଯାଇଥିଲା।

ଅପରପକ୍ଷରେ ପୂର୍ବରୁ ରାଜାମୌଲିଙ୍କ ଟେକ୍ନିକାଲ୍ ଦଳ ପ୍ରାୟ ୧ ହଜାର କୋଟି ଟଙ୍କାର ଏକ ବିଶାଳ ବଜେଟ୍ ସହିତ ଦୁର୍ଗା ଆର୍ଟ ବ୍ୟାନରରେ ନିର୍ମିତ ଏହି ଆକ୍ସନ-ଆଡଭେଞ୍ଚର୍ ଫିଲ୍ମ ପାଇଁ ସ୍ଥାନଗୁଡ଼ିକୁ ଚୂଡ଼ାନ୍ତ କରିଥିଲେ। ପ୍ରମୁଖ ସୁଟିଂ ସ୍ଥାନଗୁଡ଼ିକ ମଧ୍ଯରେ ଦେଓମାଳି, ତଲାମାଲି ଏବଂ ମାଛକୁଣ୍ଡ ଭଳି ପର୍ଯ୍ୟଟନ ସ୍ଥାନ ରହିଛି। ତେବେ ଖାସ୍ ନଜର ତଲାମାଲି ଉପରେ ରହିଥିଲା।

Leave A Reply

Your email address will not be published.