ବେଆଇନ ପ୍ରବାସ ରୋକିବାକୁ ୪୩ ଦେଶ ଉପରେ କଟକଣା ଲଗାଇଲା ଆମେରିକା

ନୂଆଦିଲ୍ଲୀ: ବେଆଇନ ପ୍ରବାସ ରୋକିବାକୁ ୪୩ ଦେଶ ଉପରେ କଟକଣା ଲଗାଇଲା ଆମେରିକା । ପାକିସ୍ତାନ, ଉତ୍ତର କୋରିଆ ସମେତ ୪୩ ଦେଶ ଉପରେ ଆମେରିକାର କଟକଣା । ୪୩ଟି ଦେଶକୁ ରେଡ୍‌, ଅରେଞ୍ଜ, ୟେଲୋ ୩ଟି କ୍ୟାଟେଗୋରୀରେ ଭାଗ କଲା ଟ୍ରମ୍ପ୍‌ ପ୍ରଶାସନ । ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି, ଏବେ ପ୍ରତିବନ୍ଧକ ବ୍ୟାପକ ହେବ ।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ରେଡ୍‌ ବର୍ଗରେ ୧୧ ଦେଶ, ଅରେଞ୍ଜ ବର୍ଗରେ ୧୦ ଦେଶ ଓ ୟେଲୋ ବର୍ଗରେ ୨୨ ଦେଶ ରହିଛି । ତେବେ ରେଡ୍ ବର୍ଗରେ ନାଗରିକଙ୍କୁ ଆମେରିକା ଆସିବାକୁ ସମ୍ପୁର୍ଣ୍ଣ ମନା କରାଯାଇଥିବା ବେଳେ ଅରେଞ୍ଜ ବର୍ଗରେ ଥିବା ଦେଶ ମାନଙ୍କର ନାଗରିକ ମାନଙ୍କୁ ଟୁରିଷ୍ଟ ଭିସା ମନା କରାଯାଇଛି । କିନ୍ତୁ ବ୍ୟବସାୟୀଙ୍କ ଅନୁମତି ରହିଛି । ସେହିପରି ୟେଲୋ ବର୍ଗରେ ଗସ୍ତର ୬୦ ଦିନ ଭିତରେ ସବୁ ପ୍ରମାଣ ଦେବାକୁ କୁହାଯାଇଛି । ରେଡ୍ ବର୍ଗରେ ଆଫଗାନିସ୍ତାନ, ଇରାନ, ସିରିଆ, କ୍ୟୁବା ଏବଂ ଉତ୍ତର କୋରିଆ ଥିବା ବେଳେ ଦ୍ୱିତୀୟ ଗୋଷ୍ଠୀରେ ଇରିଟ୍ରିଆ, ହାଇତି, ଲାଓସ, ମିଆଁମାର ଏବଂ ଦକ୍ଷିଣ ସୁଡାନ ରହିଛି । ସେହିପରି ତୃତୀୟ ଗୋଷ୍ଠୀରେ ବେଲାରୁଷ, ପାକିସ୍ତାନ ଏବଂ ତୁର୍କମେନିସ୍ତାନ ଭଳି ଦେଶ ସମେତ ୨୬ଟି ଦେଶ ଅଛନ୍ତି।

କହିରଖୁଛୁ ଯେ, ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଟ୍ରମ୍ପ ନିଜର ପ୍ରଥମ ପାଳିରେ ୭ଟି ମୁସଲିମ ବହୁଳ ରାଷ୍ଟ୍ର ଉପରେ ସମାନ ପ୍ରତିବନ୍ଧକ ଲଗାଇଥିଲେ । କିନ୍ତୁ ଚଳିତ ଥର ଏହି ସଂଖ୍ୟା ସବୁଠୁ ଅଧିକ ହେବାକୁ ଯାଉଛି ।

Leave A Reply

Your email address will not be published.