ନୂଆଦିଲ୍ଲୀ: ମହାକାଶଯାତ୍ରୀଙ୍କ ଖାଦ୍ୟ ସାଧାରଣ ଲୋକଙ୍କ ଖାଦ୍ୟ ଅପେକ୍ଷା ହୋଇଥାଏ ଭିନ୍ନ। ମହାକାଶରେ କୌଣସି ଗୁରୁତ୍ୱାକର୍ଷଣ ନଥିବାରୁ ଖାଇବା ପିଇବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ସେଠାରେ ଖାଦ୍ୟକୁ ଏକ ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଏ ଯାହା ଦ୍ଵାରା ଏହାକୁ ସହଜରେ ଖାଇହେବ ଏବଂ ଶରୀରକୁ ସମ୍ପୂର୍ଣ୍ଣ ପୋଷକ ମଧ୍ୟ ମିଳିପାରିବ। ସାଧାରଣତଃ ଲୋକମାନେ ତେବେ ମହାକାଶଚାରୀମାନେ କ’ଣ ଖାଆନ୍ତି, ଏବଂ କିପରି ରୁହନ୍ତି ସେ ବିଷୟରେ ଜାଣିବାକୁ ଅନେକଙ୍କ ମନରେ ବହୁତ ଆଗ୍ରହୀ ଥାଏ। ତେବେ ଆସନ୍ତୁ ଜାଣିବା ମହାକାଶରେ ଜଣେ ମହାକାଶଚାରୀଙ୍କ ଜୀବନଶୈଳୀ କିପରି ଥାଏ..
ଜଣେ ମହାକାଶଚାରୀଙ୍କ ଖାଦ୍ୟ ପ୍ରସ୍ତୁତି ବହୁତ ଭାବି ଚିନ୍ତି କରାଯାଇ ଥାଏ, ଯାହା ଦ୍ୱାରା ସେମାନେ ସୁସ୍ଥ ରୁହନ୍ତି । ଖାଦ୍ୟର ପ୍ୟାକେଜିଂ ଏବଂ ପୋଷକ ତତ୍ତ୍ବ ଉପରେ ବିଶେଷ ଧ୍ୟାନ ଦିଆଯାଏ । ତେବେ ଆସନ୍ତୁ ଜାଣିବା ମହାକାଶଚାରୀଙ୍କ ଖାଦ୍ୟରେ କ’ଣ ଅଛି?
ଅନ୍ୟପଟେ ମହାକାଶରେ ଅତି କମ ପରିମାଣରେ ମଧୁର ଜଳ ମିଳିଥାଏ। ତେଣୁ ଖାଦ୍ୟ ପ୍ରସ୍ତୁତିରେ କମ ପାଣି ବ୍ୟବହାର କରାଯାଏ। ଏପରି କରିବା ଦ୍ବାରା ଖାଦ୍ୟ ବହୁତ ଦିନ ପର୍ଯ୍ୟନ୍ତ ନଷ୍ଟ ମଧ୍ୟ ହୋଇନଥାଏ। ମହାକାଶରେ ଖାଦ୍ୟକୁ ସ୍ୱତନ୍ତ୍ର ପ୍ୟାକେଟରେ ପ୍ୟାକ୍ କରାଯାଏ ଓ ତରଳ ଖାଦ୍ୟକୁ ଟ୍ୟୁବରେ ରଖାଯାଏ। ସେହିପରି ମହାକାଶଚାରୀମାନେ ବିସ୍କୁଟ ଏବଂ କେକ୍ ଭଳି ଖାଦ୍ୟ ମଧ୍ୟ କମ୍ ପରିମାଣରେ ଖାଇଥାନ୍ତି। ସେମାନଙ୍କ ପାଣି ପିଇବା ପ୍ରଣାଳୀ ମଧ୍ୟ ସ୍ଵତନ୍ତ୍ର। ସେମାନଙ୍କୁ ପାନୀୟଜଳ ସ୍ୱତନ୍ତ୍ର ଷ୍ଟ୍ର ପ୍ୟାକିଂରେ ଯୋଗାଇ ଦିଆଯାଏ।