ଭୁବନେଶ୍ଵର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ । ନବଙ୍କୁ ଗୁଳି ପରେ ହୋଇଥିବା ଇସିଜି ରିପୋର୍ଟ ଗାଏବ୍ । ଏନେଇ ସୂଚନା ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ଇସିଜି । ପ୍ରାଥମିକ ଚାର୍ଜସିଟ୍ରେ ଇସିଜି ରିପୋର୍ଟ ନାହିଁ କି ଏନେଇ ଉଲ୍ଲେଖ ନାହିଁ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ । ଅନ୍ୟପଟେ ଇସିଜି ରିପୋର୍ଟ ଗାଏବ ଅଭିଯୋଗ ନେଇ ତଦନ୍ତକାରୀ ସଂସ୍ଥାର ଏଯାବତ୍ କୌଣସି ପ୍ରତିକ୍ରିୟା ମିଳିପାରିନି ।
ତେବେ ଏ ସବୁ ଭିତରେ ବଡ଼ କଥା ହେଉଛି ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ଷଡ଼ଯନ୍ତ୍ର ଥିଓରି ଏବେ ସାମ୍ନାକୁ ଆସିବ କି? ପୂର୍ବ ସରକାର ତଦନ୍ତ ସମୟରେ ଅନେକ ବିବାଦ ରହିଛି, ଯାହା ସାନି ତଦନ୍ତରେ କ୍ରାଇମବ୍ରାଞ୍ଚ ପାଇଁ ଚାଲେଞ୍ଜ ହୋଇପାରେ। ଯେମିତି କି ନବଙ୍କ ରକ୍ତ ଭିଜା ସାର୍ଟ ଖୋଜିବା, ନବଙ୍କ ଦେହରେ ବାଜିଥିବା ଗୁଳି ଖୋକାକୁ କାଢ଼ିବା, ଏହା ସହ ସବୁଠୁ ବଡ କଥା ହେଲା ମର୍ଡର ପଛର ମୋଟିଭ୍ ଖୋଜିବା। ତେବେ ବିଧାୟକ ପଦ ହରାଇବା ପରେ ଦୀପାଳିଙ୍କ ଉପରେ ରହିଥିବା ପଲିଟିକାଲ ଚାପରୁ ସେ ଏବେ ମୁକ୍ତ ହୋଇ ବାପାଙ୍କୁ ନ୍ୟାୟ ଦେବା ପାଇଁ ଆଗଭର ହୋଇଛନ୍ତି ବୋଲି ମଧ୍ୟ ଆଲୋଚନା ଲାଗି ରହିଛି ।