କୋରାପୁଟରେ ‘SSMB29’ ସୁଟିଂ ଆରମ୍ଭ, ଫ୍ୟାନଙ୍କୁ ଦେଖି ନମସ୍କାର କଲେ ଦେଶୀ ଗର୍ଲ ପ୍ରିୟଙ୍କା

କୋରାପୁଟ: କୋରାପୁଟରେ ଦେଶୀ ଗର୍ଲ, ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା। ବଲିଉଡ, ହଲିଉଡ ଏବଂ ସାଉଥରେ କମାଲ କରିଥିବା ପ୍ରିୟଙ୍କା ଚୋପ୍ରା ପୁଣି ଥରେ ସାଉଥରେ ନିଜ ଜଲୱା ଦେଖାଇବାକୁ ଯାଉଛନ୍ତି। ସେ ରାଜାମୌଲିଙ୍କ ହାଇବଜେଟ୍ ଫିଲ୍ମ ‘SSMB29’ରେ ନଜର ଆସିବାକୁ ଯାଉଛନ୍ତି। ଏହାର ସୁଟିଂ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ସୁଟିଂକୁ ନେଇ ଜିଲ୍ଲାରେ ପ୍ରବଳ ଉତ୍କଣ୍ଠ ଦେଖିବାକୁ ମିଳିଛି।

ସୁଟିଂ ପାଇଁ ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ଓ ସୁପର ଡୁପର ସାଉଥ ନିର୍ଦ୍ଦେଶକ ଏସ ଏସ ରାଜାମୌଳୀ କୋରାପୁଟରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ନିକଟରୁ ଅନୁମତି ନେବା ପରେ ଫିଲ୍ମ ୟୁନିଟ୍‌ର ସଦସ୍ୟମାନେ ପହଞ୍ଚି ସେଟ୍‌ ନିର୍ମାଣ ଆରମ୍ଭ କରିଥିଲେ। ଏଥିପାଇଁ ବିଶାଳ ସେଟ୍‌ ନିର୍ମାଣ ହୋଇଛି। କିଛି ଅଂଶ ଏହାରି ମଧ୍ୟରେ ସୁଟିଂ ହୋଇ ସାରିଥିବା ଖବର ମିଳିଛି।

ପାଖାପାଖି ଏକ ସପ୍ତାହର ସୁଟିଂ ବେଳେ କୋରାପୁଟ ଲୋକଙ୍କ ଭଲ ପାଇବା ଦେଖି ବେସ ଖୁସି ଅନୁଭବ କରିଛନ୍ତି ପ୍ରିୟଙ୍କା ଓ ଏସ ଏସ ରାଜାମୌଳୀ। ଏଥିପାଇଁ ଉଭୟଙ୍କ ହାତଲେଖା ଚିଠି ଏବେ ଭାଇରାଲ ହେଉଛି। ଏଥିରେ ଲେଖା ହୋଇଛି ‘ଡିୟର କୋରାପୁଟ ଥ୍ୟାନକ୍ୟୁ ଫର ସୁପର ହସ୍ପିଟାଲିଟି’।

ଅନ୍ୟପଟେ ଦିନ ତମlମର ସୁଟିଂ ସାରି ସିମିଲିଗୁଡା ହୋଟେଲ ଫେରିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହୋଟେଲ ମୁହଁରେ ଅଗଣିତ ଦର୍ଶକପ୍ରେମୀଙ୍କୁ ପୁଣି ହାତ ହଲାଇ ବାୟ ବାୟ କହି ନମସ୍କାର କରି ଲୋକଙ୍କ ଭଲପାଇବା ଗ୍ରହଣ କରିଛନ୍ତି ପ୍ରିୟଙ୍କା। କୋରାପୁଟ ପ୍ରଶାସନର ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଉଭୟ ନିର୍ଦ୍ଦେଶକ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।

ସୂଚନା ଥାଉକି ମାର୍ଚ୍ଚ ୧ରୁ ୨୦ ପର୍ଯ୍ୟନ୍ତ ଏହି ଫିଲ୍ମର ସୁଟିଂ ନିମନ୍ତେ ଅନୁମତି ଦିଆଯାଇଛି ବୋଲି କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ କହିଛନ୍ତି। ଯଦି ପ୍ରଯୋଜନା ସଂସ୍ଥା ଆବଶ୍ୟକ ମନେ କରନ୍ତି ତେବେ ଅଧିକ ଦିନ ପାଇଁ ଅନୁମତି ଦିଆଯିବ। ବିଗ୍ ବଜେଟ୍‌ର ବଡ଼ ସିନେମା କୋରାପୁଟ ଜିଲ୍ଲାରେ ସୁଟିଂ ହେବା ନିଶ୍ଚିତ ରୂପେ ଜିଲ୍ଲାର ପର୍ଯ୍ୟଟନଶିଳ୍ପ ଲାଗି ବିକାଶର ମାର୍ଗ ଖୋଲିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.