ନୂଆଦିଲ୍ଲୀ: ଖୁବଶୀଘ୍ର ନିଜର ବ୍ରାଉଜର ଲଞ୍ଚ କରିବ ଭାରତ । ଭାରତ ସ୍ୱଦେଶୀ ଭାବରେ ବ୍ରାଉଜର ବିକଶିତ କରିବା ନେଇ ଯୋଜନା କରୁଛି, ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି କହିଛନ୍ତି, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ମନ୍ତ୍ରୀ ଆହୁରି କହିଛନ୍ତି, ବ୍ରାଉଜର ଇଣ୍ଟରନେଟର ପ୍ରବେଶ ପଥ । ତେଣୁ ନିଜସ୍ବ ବ୍ରାଉଜର ବିକାଶ କରିବା, ସମଗ୍ର ଭାରତୀୟ ଷ୍ଟାକ୍ ନିର୍ମାଣ କରିବା ଦିଗରେ ପ୍ରଥମ ପଦକ୍ଷେପ । ଭାରତର ନିଜସ୍ୱ ବ୍ରାଉଜର ରହିବା ଅର୍ଥ, ତଥ୍ୟ ଏବଂ ଗୋପନୀୟତାର ସୁରକ୍ଷା । ଯାହା ଭାରତୀୟ ନାଗରିକଙ୍କ ତଥ୍ୟ କେବଳ ଭାରତରେ ହିଁ ରଖିବ । ,ଥିସହିତ ନୂଆ କରି ଆସୁଥିବା ସ୍ବଦେଶୀ ବ୍ରାଉଜରଟି ଆଇଓଏସ, ଓ୍ବିଣ୍ଡୋଜ୍ ଏବଂ ଆଣ୍ଡ୍ରୟେଡ୍ ସହିତ ବେଶ୍ ଖାପ ମଧ୍ୟ ଖୁଆଇବ ।