ବିଦେଶରେ ଟୀକାକରଣ ତାଲିମ ଦେଉଛନ୍ତି ଭାରତୀୟ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗେଇଛି ଦେଶ। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଂସ୍ଥାନ ବିଶ୍ୱର ଅନେକ ଦେଶଗୁଡ଼ିକୁ ଟୀକାକରଣ ତାଲିମ ଦେବା ଆରମ୍ଭ କରିଛି। ଭାରତ ପକ୍ଷରୁ ମାଳଦ୍ୱୀପ, ମଲାୱି ଏବଂ ନେପାଳ ଯାଇ ଏହି ତାଲିମ ଦିଆଯାଉଛି।

ଅନେକ ସମୟରେ ଦେଖିବାକୁ ମିଳୁଛି, ଜଣେ ରୋଗୀ ନିଜର ସମସ୍ୟା ଡାକ୍ତରଙ୍କ ନିକଟରେ ପହଞ୍ଚାଇବାକୁ ଅସମର୍ଥ ହେଉଛି। ଏହି ପରିସ୍ଥିତିକୁ ଏଡାଇବା ପାଇଁ, ନୂତନ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଏହି ଯୋଜନା ଅଧୀନରେ, ଡାକ୍ତରମାନଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ସେମାନଙ୍କ ଯୋଗାଯୋଗକୁ କିପରି ଉନ୍ନତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ତାଲିମ ଦିଆଯାଉଛି। କେତେକ କ୍ଷେତ୍ରରେ ମହିଳା ରୋଗୀମାନେ ସେମାନଙ୍କର ସମସ୍ୟାକୁ ଠିକ୍ ଭାବରେ ପ୍ରକାଶ କରିପାରି ନଥାନ୍ତି। ଏହାକୁ ଲକ୍ଷ କରି କିଛି ସ୍ୱତନ୍ତ୍ର ପ୍ରକାରର ତାଲିମ ମଧ୍ୟ ଦିଆଯାଉଛି।

କୋଭିଡ୍ ସମୟରେ ଲୋକମାନେ ଅମ୍ଳଜାନ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ହସ୍ପିଟାଲଗୁଡ଼ିକରେ ଅମ୍ଳଜାନ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା। ଦିଆଯାଉଥିବା ତାଲିମରେ ଏହି ସବୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଜାତୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିଷ୍ଠାନ, ଏକ ସ୍ୱୟଂଶାସିତ ସଂଗଠନ। ୧୯୭୭ ମସିହାରେ ଦୁଇଟି ଜାତୀୟ ସ୍ତରୀୟ ପ୍ରତିଷ୍ଠାନର ମିଶ୍ରଣ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏହା ବିଶେଷ ଭାବରେ କାର୍ଯ୍ୟ କରିଥାଏ।

Leave A Reply

Your email address will not be published.