ଲରେନ୍ସ ବିଷ୍ନୋଇର ଧମକକୁ ନେଇ ମୁହଁ ଖୋଲିଲେ ସଲମାନ

ମୁମ୍ବାଇ: ସଲମାନ ଖାନ ନିଜର ଅପକମିଂ ଫିଲ୍ମ ସିକନ୍ଦର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ ସିକନ୍ଦରର ପ୍ରମୋସନ ସମୟରେସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନ୍ୟାନ୍ୟ ଜିନିଷ ସମ୍ପର୍କରେ ପ୍ରକାଶ କରିଥିଲେ।

ଏହି ସମୟରେ ଲରେନ୍ସ ବିଷ୍ନୋଇ ଠାରୁ ମିଳୁଥିବା ଲଗାତାର ଧମକକୁ ନେଇ ମୁହଁ ଖୋଲିଥିଲେ ସଲମାନ ଖାନ। ସେ କହିଥିଲେ, “ଭଗବାନ, ଆଲ୍ଲା ସବୁଠି ଉପରେ। ଯାହା ଲେଖାଯାଇଛି ତାହା ଲେଖାଯାଇଛି। ମୋର ଭାଗ୍ୟରେ ଯେତିକି ବୟସ ଲେଖା ଥିବ .. ସେତିକି ହିଁ ହେବ। ବେଳେବେଳେ ବହୁତ ଲୋକଙ୍କୁ ସାଙ୍ଗରେ ନେବାକୁ ପଡ଼େ, ସେଇଟା ହିଁ ସମସ୍ୟା। ଏହାକୁ ନେଇ ସଲମାନ ଖାନଙ୍କ ପ୍ରଶଂସକମାନେ କହିଥିଲେ ଯେ – “ସମସ୍ତେ ଦିନେ ମରିଯିବେ, ବିଷ୍ଣୋଇ ଅନ୍ୟମାନଙ୍କୁ ଧମକ କାହିଁକି ଦେଉଛନ୍ତି, ସେ ନିଜେ ଅମର ରହିବେ କି।

Leave A Reply

Your email address will not be published.