ସାନିଆ ମିର୍ଜାଙ୍କ ଭଉଣୀଙ୍କ ଦାୱତ-ଏ-ରମଜାନ ପ୍ରଦର୍ଶନୀରେ ଗୁଳିମାଡ଼

ହାଇଦ୍ରାବାଦ: ଭାରତର କିମ୍ବଦନ୍ତୀ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ହାଇଦ୍ରାବାଦରେ ଏକ ଦାୱତ-ଏ-ରମଜାନ ପ୍ରଦର୍ଶନୀର ଆୟୋଜନ କରିଥିଲେ। ଯେଉଁଠାରେ ହଠାତ୍ ଗୁଳିଚାଳନା ହେବାରୁ ଉତ୍ତେଜନା ଦେଖାଦେଇଥିଲା।

ସୂଚନା ଅନୁଯାୟୀ, ଅନମ ମିର୍ଜାଙ୍କ ଦ୍ୱାରା କିଙ୍ଗସ୍ ପ୍ୟାଲେସରେ ଆୟୋଜିତ ଦାୱତ-ଏ-ରମଜାନ ପ୍ରଦର୍ଶନୀରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାପରେ ଜଣେ ବ୍ଯକ୍ତି ଗୁଳି ଚଳାଇଥିଲେ।ଏହି ଘଟଣା ଶନିବାର ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ଘଟିଥିଲା। ଏହି ଘଟଣାକୁ ନେଇ ଶନିବାର ହାଇଦ୍ରାବାଦର ଗୁଡିମାଲକାପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏଥିସହିତ ଗୁଳିଚାଳନାରେ ବ୍ୟବହୃତ ବନ୍ଧୁକକୁ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.