ପୁରୀ: ୫୭ତମ ଜାତୀୟ ସିନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ମହିଳା ଦଳ ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି । ପୁରୀରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ମେଗା ଟୁର୍ଣ୍ଣାମେଂଟର ଫାଇନାଲରେ ମହାରାଷ୍ଟ୍ର ବିପକ୍ଷ ଫାଇନାଲରେ ଓଡିଶା ଟିମ ଚମତ୍କାର ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୧୦-୧୦ରେ ରୋମାଂଚକ ସ୍ଥିତିରେ ମ୍ୟାଚ ଟାଇ ରହିଥିଲା । ଦ୍ୱିତୀୟାର୍ଦ୍ଧ ମଧ୍ୟ ସଂଘର୍ଷପୂର୍ଣ୍ଣ ରହିଥିଲା । ମହାରାଷ୍ଟ୍ର ୨୫-୨୧ରେ ମ୍ୟାଚକୁ ଜିତି ନେଇଥିଲା । ମାଗାଇ ମାଝି ଓ ଅର୍ଚ୍ଚନା ମାଝୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ମହାରାଷ୍ଟ୍ରର ରେଶମା ରାଠୋରଙ୍କୁ ମାଝୀ ମାଗାଇ ଚମତ୍କାର ଢ଼ଙ୍ଗରେ ଡିସମିସ କରିଥିବା ବେଳେ ଅର୍ଚ୍ଚନା ରନ ପଂଏଟ ହାସଲ କରି ମ୍ୟାଚରେ ରୋମାଂଚ ଭରିଥିଲେ ।