ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା ରହିଛି। ଆଗାମୀ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା ୨୦ତାରିଖରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲା ଛାଡି ଦେଲେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜରି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡିଶାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଉପକୂଳ ଓଡିଶାକୁ ରହିଛି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୧ତାରିଖରେ ଉତ୍ତର ଓଡିଶାର ୪ଜିଲ୍ଲା ମୟୁରଭଞ୍ଜ, କେଉଁଝର, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡିଶାରେ ବି ବର୍ଷାର ପ୍ରଭାବ ରହିବ। ଏଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୨୨ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ୟେଲୋ ଆଲର୍ଟ ଦିଆଯାଇଛି। ସେହିପରି ୨୩ ତାରିଖରେ ୩ ଜିଲ୍ଲା ରାୟଗଡା, କୋରାପୁଟ ଓ ମାଲକାନଗିରିରେ ବର୍ଷା ରହିବ।