ଭୂସ୍ଖଳନରେ ୩ ମୃତ, ୧୦୦ ଉଦ୍ଧାର ;ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ କୁଆପଥର ବର୍ଷା ସହ ଭୂସ୍ଖଳନ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ୧୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ରବିବାର ଦିନ ଅଧିକାରୀମାନେ କହିଛନ୍ତି ଯେ, ଲଗାତାର ବର୍ଷା ଯୋଗୁଁ ହୋଇଥିବା ଏକ ବଡ଼ ଭୂସ୍ଖଳରେ ରାମବନରେ ଜାତୀୟ ରାଜପଥର ଏକ ଅଂଶ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ବିପର୍ଯ୍ୟୟ ରାମବନରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟାଇଛି। ଅନେକ ଗଛ ଉପୁଡ଼ି ପଡ଼ିଛି, ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

 

ଗତ ୨୪ ଘଣ୍ଟା ଧରି ଜମ୍ମୁ-କାଶ୍ମୀରର ଅନେକ ଅଞ୍ଚଳରେ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଜୀବନ କଷ୍ଟକର ହୋଇପଡ଼ିଛି। ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଛି। ଏପରିକି ଅନେକ ଘର ଭୁଶୁଡ଼ି ପଡ଼ିଛି।ରାମବନ ଜିଲ୍ଲାର ଧରମକୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ନଦୀ ପାଣି ଗାଁରେ ପସିଯାଇଥିଲା, ଯାହା ଫଳରେ ହଠାତ୍ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ଦଶଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨୫ ରୁ ୩୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସବୁଠାରୁ ବଡ଼ ଚିନ୍ତାର ବିଷୟ ଥିଲା ଯେ ଏହି ଅଞ୍ଚଳରେ ପ୍ରାୟ ୯୦ ରୁ ୧୦୦ ଲୋକ ଫସି ରହିଥିଲେ ଯେଉଁ ମାନଙ୍କୁ ପୋଲିସର ତତ୍ପରତା ଯୋଗୁଁ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ।

Leave A Reply

Your email address will not be published.