କାହିଁକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଣି ହେଲା ମହାସ୍ନାନ?

ପୁରୀ: ମହାପ୍ରଭୁଙ୍କ ମହାସ୍ନାନ। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା। କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ ହୋଇଛି।

ସୂଚନା ଅନୁସାରେ, ଆଜି ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ ପାଦରେ କାଚର ଖଣ୍ଡ ପଶିଯିବାରୁ ସେ ଆହତ ହୋଇଥିଲେ। ଯାହାଫଳରେ ଶ୍ରୀମନ୍ଦିର ଭିତରେ ରକ୍ତ ପଡିଥିଲା। ତେଣୁ ମନ୍ଦିରକୁ ପୁନର୍ବାର ପବିତ୍ର କରିବା ପାଇଁ ଏକ ମହାସ୍ନାନ କିମ୍ବା ପବିତ୍ର ସ୍ନାନ କରାଯାଇଛି। ଶ୍ରୀମନ୍ଦିରରେ ଦେବତାମାନଙ୍କର ଏକ ମହାସ୍ନାନ କରାଯାଇଥିଲା ।

ଆଜି ବୈଶାଖ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.