ସୂଚନା ଅନୁଯାୟୀ, ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ର ରେ ଖ୍ୟାତି ଅର୍ଜନ କରିଥିବା ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି।
୪ ଜଣ ବ୍ୟକ୍ତି ମାନେ ହେଲେ – ଅଦ୍ୱିତା ଚରଣ ଗଡନାୟକ, ଅଶୋକ କୁମାର ମହାପାତ୍ର, ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭ ସତପଥି।
ତେବେ ଢେଙ୍କାନାଳର ପ୍ରସିଦ୍ଧ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡନାୟକଙ୍କୁ କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ମାନୀତ ହୋଇଥିଲେ। ସେହିପରି ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି। ଅପରପକ୍ଷରେ କଳା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତାକୁ ପାଇଁ ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭା ସତପଥୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହିଭଳି ପୁରସ୍କାରଗୁଡ଼ିକର ତିନୋଟି ବର୍ଗ ରହିଥାଏ। ଯଥା ଅସାଧାରଣ ଏବଂ ବିଶିଷ୍ଟ ସେବା ପାଇଁ ପଦ୍ମ ବିଭୂଷଣ, ଉଚ୍ଚ ସ୍ତରର ବିଶିଷ୍ଟ ସେବା ପାଇଁ ପଦ୍ମ ଭୂଷଣ, ଏବଂ ବିଶିଷ୍ଟ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାର।
Next Post