ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କେଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ପାରିଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ରାହୁଲ ଭାରତୀୟ ଦଳର ନିୟମିତ ସଦସ୍ୟ ହେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ବ୍ୟାଟିଂ ଶୈଳୀରେ ପରିବର୍ତନ ମଧ୍ୟ କରିଛନ୍ତି । ୨୦୧୬ରେ ରାହୁଲ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ୨୦୨୨ ନଭେମ୍ବରରେ ସେ ଶେଷ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଟି୨୦ରେ ଭାରତ ପକ୍ଷରୁ ୭୨ଟି ମ୍ୟାଚ ଖେଳିଛନ୍ତି । ୩୭.୭୫ ଆଭରେଜରେ ସେ ୨୨୬୫ ରନ କରିଛନ୍ତି । ଏଥିରେ ୨ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ ।