୩ ପର୍ଯ୍ୟାୟରେ ନିର୍ମାଣ ହେବ ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର, ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ଆଗମନ ଆଶା

ଭୁବନେଶ୍ୱର: ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପୁରୀଠାରେ ଏକ ନୂତନ ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି ୫୬୩୧ କୋଟି ଟଙ୍କା ମୂଲ୍ୟରେ ୧୧୬୪ ଏକର ଜମିରେ ବିକଶିତ ହେବ। ଏହି ନିର୍ମାଣ କାର୍ଯ୍ୟ ୩ଟି ପର୍ଯ୍ୟାୟରେ ହେବାକୁ ଯାଉଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବା ପରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀଙ୍କ ବିମାନ ଯାତାୟତ ପାଇଁ ସୁବିଧା ହେବ।

ତେବେ ଏହି ବିମାନ ବନ୍ଦର ଦ୍ୱାରା ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧିହେବା ସହିତ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧିକୁ ଏକ ନୂତନ ଗତି ମିଳିବ ଏବଂ ପୁରୀରେ ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଯାତ୍ରା ସୁଗମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.